Featuredଅନ୍ତର୍ଜାତୀୟ

ପାକିସ୍ତାନୀ ଉପରେ ଗହମ ଚୋରି ଅଭିଯୋଗ ଆଣିଲା ଋଷ୍‌

ପାକିସ୍ତାନ ନାଁରେ ଋଷ୍ ଏକ ସଙ୍ଗୀନ ଅଭିଯୋଗ ଆଣିଛି । ରୁଷରୁ ଆମଦାନୀ ହୋଇଥିବା ୫୦ ହଜାର ଟନ୍ ଗହମ ମଧ୍ୟରୁ ପାକିସ୍ତାନୀ ଅଧିକାରୀମାନେ ୪୦ ହଜାର ଟନ୍ ଚୋରି କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପାକିସ୍ତାନର ସିନ୍ଧ ପ୍ରଦେଶର ୬୭ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଶାହାବାଜ ସରିଫଙ୍କ ନେତୃତ୍ୱାଧୀନ ସରକାର ଏହି ଚୋରି ସମ୍ପର୍କରେ ସ୍ପଷ୍ଟୀକରଣ ମାଗିବାକୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୋଟିସ ଜାରି କରିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନରେ ଏବେ ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି । କୋଟି କୋଟି ଲୋକ ଭୋକ ଉପାସରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି। ଗ୍ୟାସ ସିଲିଣ୍ଡର ୧୦,୦୦୦ ଟଙ୍କା ମିଳୁଛି । ଆଜିକାଲି ଅନାହାର ଏବଂ ଆର୍ଥିକ ସଙ୍କଟରେ ପୀଡିତ ପାକିସ୍ତାନର ଅବସ୍ଥା ଶ୍ରୀଲଙ୍କା ଭଳି ହୋଇଛି।

Related Articles

Back to top button