ମନୋରଞ୍ଜନ

ପେଣ୍ଟ୍‌ହାଉସ୍‌ ବିକ୍ରିକଲେ ପ୍ରିୟଙ୍କା

ଗ୍ଲୋବାଲ୍‌ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ଏବେ ଫିଲ୍ମ ସହ ରିୟଲ୍‌ ଇ‌ଷ୍ଟେଟ୍‌ ରାଣୀ ବି ବନିଗଲେଣି। ଅଭିନେତ୍ରୀ ମୁମ୍ବାଇର ପୋଶ୍‌ ଅଞ୍ଚଳରେ ଅନ୍ଧେରୀରେ ଥିବା ନିଜର ଦୁଇଟି ପେଣ୍ଟ୍‌ହାଉସ୍‌କୁ ବିକ୍ରି କରିଛନ୍ତି।

ମନି କଣ୍ଟ୍ରୋଲ୍‌ ମୁତାବକ, ଏହି ଚୁକ୍ତି ୬ କୋଟି ଟଙ୍କାରେ ହୋଇଛି। ଅନ୍ଧେରୀରେ ଥିବା ଏକ ପେଣ୍ଟ୍‌ ହାଉସ୍‌ ୮୬୦ ବର୍ଗଫୁଟ୍‌ ଅଞ୍ଚଳରେ ହୋଇଥିବା ବେଳେ ଏହାକୁ ୨.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି ଦେଶୀ ଗାର୍ଲ।

ସେହିପରି ଅନ୍ୟ ପେଣ୍ଟ୍‌ହାଉସ୍‌ଟି ୧,୪୩୨ ବର୍ଗଫୁଟ୍‌ ଅଞ୍ଚଳରେ ହୋଇଥିବା ବେଳେ ଏହାର ଦର ୩.୭୫ କୋଟି ଟଙ୍କା।

Related Articles

Back to top button