ବିଜ୍ଞାନ ଓ ପ୍ରଯୁକ୍ତି

ଇସ୍ରୋ ପଠାଇଲା ୯ଟି ସାଟେଲାଇଟ

ଭୁବନେଶ୍ୱର, ୨୬/୧୧/୨୦୨୨-   ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଶନିବାର ନୂଆ ଇତିହାସ ରଚିଛି । ଇସ୍ରୋ, ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ୯ଟି ସାଟେଲାଇଟ ଉତକ୍ଷେପଣ କରିଛି । ଏହି ୯ଟି ସାଟେଲାଇଟ ମଧ୍ୟରେ ରହିଛି ମୁଖ୍ୟ ସାଟେଲାଇଟ EOS-06 ସହ ୮ଟି ନାନୋ ସାଟେଲାଇଟ । ଭାରତୀୟ ସମୟ ଦିନ ୧୧ଟା ୫୬ ମିନିଟରେ ଓସେନସେଟ ସାଟେଲାଇଟକୁ ଉତକ୍ଷେପଣ କରାଯାଇଛି । ଏହା ମଧ୍ୟରେ ଭାରତ ଓ ଭୁଟାନର ମିଳିତ ସାଟେଲାଇଟ ।

ଏହି ଭୁଟାନ ସେଟ ସାଟେଲାଇଟରେ ରିମୋଟ ସେନସିଂ କ୍ୟାମେରା ଲାଗିଛି । ଯାହାଦ୍ୱାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରିବ । ଏହି ସାଟେଲାଇଟ ବ୍ରିଜ୍, ରେଲଓ୍ବେ ଟ୍ରାକ, ସଡ଼କ ଏବଂ ସମୁଦ୍ର କ୍ଷେତ୍ରରେ ବିଭିନ୍ନ ସ୍ଥିତି ସମ୍ପର୍କରେ ସାହାଯ୍ୟ କରିବ । ଏହି ସାଟେଲାଇଟର ଓଜନ ପ୍ରାୟ ଏକ ହଜାର କିଲୋ ରହିଛି । ପୂର୍ବରୁ ଓସେନସେଟ ସାଟେଲାଇଟ-୩କୁ ଅଗଷ୍ଟରେ ଲଞ୍ଚ ପାଇଁ ସ୍ଥିର କରା ଯାଇଥିଲା ।ମାତ୍ର କିଛି ଅସୁବିଧା କାରଣରୁ ଏହାକୁ ଘୁଞ୍ଚାଇ ଦିଆ ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com