ଓଡ଼ିଶା

ଅସହ୍ୟ ଗରମରେ କଲବଲ ହେବ ଆଭ୍ୟନ୍ତରୀଣ ଓଡ଼ିଶା, ୩ ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ

ଭୁବନେଶ୍ୱର() ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ତେବେ ଏହା ଅଧିକ ଘନୀଭୂତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଲଘୁଚାପକୁ ନେଇ ଭିନ୍ନ ଭିନ୍ନ ମଡେଲ ଭିନ୍ନ ଆକଳନ କରିଛନ୍ତି । ଏନେଇ ଦୁଇ ଦିନ ମଧ୍ୟରେ ଆସିପାରେ ସ୍ପଷ୍ଟ ସୂଚନା । ତେବେ ଲଘୁଚାପ ହେଲେ ବି ତାତିରୁ ମିଳିବନି ତ୍ରାହି । ଅସହ୍ୟ ଗରମରେ କଲବଲ ହେବ ଆଭ୍ୟନ୍ତରୀଣ ଓଡ଼ିଶା । ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ ନୟାଗଡ଼ ସହ ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ସକ୍ରିୟ ହୋଇଛି ଏବର୍ଷର ପ୍ରଥମ କାଳବୈଶାଖୀ । ଗତକାଲି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଛି । ଏହି ସମୟରେ ସତର୍କ ରହି ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com