ଓଡ଼ିଶା

୨ କୋଟି ୧୨ଲକ୍ଷ ଟଙ୍କା ଠକି ଫେରାର ଥିବା ଅଭିଯୁକ୍ତ ଗିରଫ

ଭୁବନେଶ୍ବର() ବର୍ଷେ ପରେ ଫେରାର ଥିବା ଅଭିଯୁକ୍ତ ଗିରଫ। ୨ କୋଟି ୧୨ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ପୁଲିସ ଖୋଜୁଥିବା ବେଳେ ଆଜି ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତର ନାଁ ପଦାରବିନ୍ଦ ମହାପାତ୍ର ବୋଲି ଜଣାପଡ଼ିଥିବା ବେଳେ ସେ ପୂର୍ବତନ ପ୍ରିନ୍ସିପାଲଙ୍କଠୁ ୨ କୋଟି ୧୨ଲକ୍ଷ ଟଙ୍କା ଠକି ନେଇଥିଲା ବୋଲି ଜଣାପଡ଼ିଛି।

ପୁଲିସର କହିବା ମୁତାବକ, ୨୦୧୯ମସିହାରେ ବ୍ୟାଙ୍କର ଏକ ଜମି ଅକ୍ସନ ପାଇଁ ଏକ ଦୈନିକ ଖବର କାଗଜରେ ଵିଜ୍ଞାପନ ବାହାରିଥିଲା। ଵିଜ୍ଞାପନ ଦେଖି ବ୍ୟାଙ୍କ ସହ ଯୋଗ କରିଥିଲେ ଖୋର୍ଦ୍ଧା ପି. ଏନ କଲେଜର ପୂର୍ବତନ ପ୍ରିନ୍ସିପାଲ। ଏହା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ଜମି ବନ୍ଧକ ରଖି ଟଙ୍କା ନେଇଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବା ପାଇଁ କହିଥିଲେ। ହେଲେ ଇଡ଼କୋ ପ୍ଲଟକୁ ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ନେଇ ସୁଝି ପାରିନଥିଲେ ଅଭିଯୁକ୍ତ। ତେଣୁ ଉକ୍ତ ପ୍ଲଟକୁ ବ୍ୟାଙ୍କ କର୍ତ୍ତୃପକ୍ଷ ୧କୋଟି ୬୨ଲକ୍ଷ ଟଙ୍କାରେ ଅକ୍ସନ କରିବେ କହି ଅଭିଯୁକ୍ତ ସହ ଯୋଗାଯୋଗ କାଟିଥିଲା ବ୍ୟାଙ୍କ।

ବ୍ୟାଙ୍କ ଯୋଗାଯୋଗ କାଟିଥିଲେ ବି ପୁଣି ପ୍ରିନ୍ସିପାଲଙ୍କ ସହ ଯୋଗାଯୋଗ କରି ଜମି ଦେବାକୁ କହି ଟଙ୍କା ମାଗିଥିଲା ଏହି ଠକ। ପ୍ରିନ୍ସିପାଲ ତାଙ୍କ କଥାରେ ଫସି ଜମି କିଣିବା ପାଇଁ ମୋଟ ୨କୋଟି ୧୨ଲକ୍ଷ ଟଙ୍କା ଦେଇଥିଲେ। ଏହି ଟଙ୍କାକୁ ନେଇ ବର୍ଷେ ହେଲା ଫେରାର ଥିଲା ଅଭିଯୁକ୍ତ, ଯାହାକୁ ଆଜି ମଞ୍ଚେଶ୍ୱରଥାନା ପୁଲିସ ଗିରଫ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com