ଓଡ଼ିଶାଶିକ୍ଷା

ଗୋଲାମୁଣ୍ଡା ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନ କାର୍ଯ୍ୟକ୍ରମ

ଗୋଲାମୁଣ୍ଡା, ୦୮/୦୮/୨୦୨୨-   କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ମୋ ସ୍କୁଲ୍ ଅଭିଯାନ” କାର୍ଯ୍ୟକ୍ରମର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଜୟନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ , ସମ୍ମାନୀତ ଅତିଥି ଭାବେ ମୋ ସ୍କୁଲ୍ ଅଭିଯାନର ଜିଲ୍ଲା ସଂଯୋଜକ ସୁକାନ୍ତ ସାହୁ ଓ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗ ଦେଇ ସରକାର ଓ ନାଗରିକ ମାନଙ୍କର ମିଳିତ ସହଯୋଗିତାର ଏହି ଅଭିନବ ପ୍ରୟାସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ପୂରାତନ ଛାତ୍ର ଭାବେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ୍ ମଙ୍ଗରାଜ, ସମିତି ସଭ୍ୟ ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତୁଲେଶ୍ୱର ନାଏକ,  ସାମ୍ବାଦିକ ସୁଶାନ୍ତ କୁମାର ଦଳେଇ , ସମାଜସେବୀ ରୁପେଶ ଅଗ୍ରୱାଲ, ସରପଞ୍ଚ ପୁରୁଷୋତ୍ତମ ରାଉତ ପ୍ରମୁଖ ଶିକ୍ଷାନୁଷ୍ଠାନରେ ବିତାଇଥିବା ମଧୁର ଅନୁଭୁତି ବିଷୟରେ ସ୍ମୃତି ଚାରଣ କରିବା ସହ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ମୋ ସ୍କୁଲ୍ ଅଭିଯାନର କର୍ମକର୍ତ୍ତା ଚୟନ କରା ଯାଇଥିଲା । ସଭାପତି ବିନ୍ଦୁ ମହାନନ୍ଦ, ଉପ ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ, ସମ୍ପାଦକ ତଥା କୋଷାଧ୍ୟକ୍ଷ ଜୟନ୍ତ କୁମାର ଜେନା, ଯୁଗ୍ମ ସମ୍ପାଦକ ତୁଲେଶ୍ୱର ନାଏକ, କାର୍ଯ୍ୟ ନିର୍ବାହୀ ସଭ୍ୟ ଭାବରେ ସାଉଲ୍ ମଙ୍ଗରାଜ, ପୁରୁଷୋତ୍ତମ ରାଉତ ଓ ଦୁଷ୍ମନ୍ତ ସେନାପତିଙ୍କ ନାମ ସର୍ଵ ସମ୍ମତି କ୍ରମେ ଗୃହୀତ ହୋଇଥିଲା । ପ୍ରାଧ୍ୟାପକ ସରୋଜ କାନ୍ତ ରଥ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com