କ୍ରୀଡ଼ା

୪ ଓଭରରେ ୫୯ ରନ୍ ବ୍ୟୟ କଲେ ସିରାଜ, ଅସନ୍ତୋଷ ବ୍ୟକ୍ତ କଲେ କୋଚ୍ ବାଙ୍ଗର

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ମହମ୍ମଦ ସିରାଜ ପ୍ରଶଂସକ ଓ ଦଳକୁ ନିରାଶ କରିଛନ୍ତି । ସେ ନିଜର ୪ ଓଭରରେ ୫୯ ଦେଇ ମାତ୍ର ଦୁଇଟି ଓ୍ୱିକେଟ୍ ନେଇଥିଲେ । ତାଙ୍କର ଏପରି ପ୍ରଦର୍ଶନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋଚ୍ ସଞ୍ଜୟ ବାଙ୍ଗର ।
ସିରାଜ ୪ ଓଭରରେ ୫୯ ରନ୍ ବ୍ୟୟ କରିଥିଲେ । ଫଳରେ ବଡ ସ୍କୋର କରି ମଧ୍ୟ ବେଙ୍ଗାଲୁରୁ ପରାସ୍ତ ହୋଇଥିଲା । ଯାହାକୁ ନେଇ ସଞ୍ଜୟ କହିଛନ୍ତି ଯେ, ଓ୍ୱାଇଡ୍ ବଲ ବହୁତ ଅଧିକ ଥିଲା । ଏହାକୁ କମାଇବା ଦରକାର । ସିରାଜଙ୍କ ପାଇଁ ବହୁତ ଖରାପ ଦିନ ଥିଲା । ଏହା ସେ ନିଜେ ମଧ୍ୟ ଜାଣିଛନ୍ତି । ଆଗକୁ ସେ ବୋଲିଂ ସୁଧାରିବାକୁ ଚେଷ୍ଟା କରିବେ ।
ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ବିଶାଳ ୨୦୫ ରନ୍ କରିଥିଲା । ଅଧିନାୟକ ଫାପ୍ ଡୁ ପ୍ଲେସିସ୍ ୮୮ ରନ୍ କରିଥିଲେ । ବିରାଟ କୋହଲି ୪୧ ରନର ପାଳି ଖେଳିଥିଲେ । ଦିନେଶ କାର୍ତ୍ତିକ ଶେଷ ଓଊରରେ ୩ ଚଉକା ଓ ୩ ଛକା ଲଗାଇ ୩୨ ରନ୍ କରିଥିଲେ ।
ତେବେ ପଞ୍ଜାବ ବ୍ୟାଟର ଆରସିବି ବୋଲରଙ୍କ ଦାୟିତ୍ୱହୀନ ବୋଲିଂର ଫାଇଦା ନେଇଥିଲେ । ଦଳ ୧୯ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । ଶିଖର ଧାଓ୍ୱନ ୪୩ ରନ୍ କରିଥିବା ବେଳେ ଭନୁକା ରାଜପକ୍ଷେ ୪୩, ମୟଙ୍କ ଅଗ୍ରଓ୍ୱାଲ ୩୨ ରନ୍ କରିଥିଲେ । ତେବେ ମ୍ୟାଚରେ ଆରସିବି ବୋଲର ୨୧ ଓ୍ୱାଇଡ୍ ପକାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com