ଓଡ଼ିଶା

ପୁରୀ ଗସ୍ତରେ ୫ଟି ସଚିବ, ମହାପ୍ରଭୁଙ୍କ ଦର୍ଶନ ସହ ସମୀକ୍ଷା କଲେ  ପ୍ରକଳ୍ପ କାର୍ଯ୍ୟ 

ପୁରୀ: ପ୍ରସ୍ତାବିତ ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣ ଅଗ୍ରଗତି ସମ୍ପର୍କରେ ୫ଟି ସଚିବ ଭି କେ ପାଣ୍ଡିଆନ୍ ଶନିବାର ସମୀକ୍ଷା କରିଛନ୍ତି । ପାଣ୍ଡିଆନଙ୍କ ସମେତ ତାଙ୍କ ଧର୍ମପତ୍ନୀ ସକାଳୁ  ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଦର୍ଶନ ପରେ ପାଣ୍ଡିଆନ୍ ପ୍ରକଳ୍ପ ଚତୁପାର୍ଶ୍ବକୁ ଆଜି ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟ ତଦାରଖ ଓ ସମୀକ୍ଷା କରିଥିଲେ । ଗତ କାଲି ମାନ୍ୟବର ନ୍ୟାୟାଳୟଙ୍କ ଆଦେଶ ପରେ ପ୍ରକଳ୍ପ ନିର୍ମାଣ ଅଗ୍ରଗତି ନେଇ ଆଉ କୌଣସି ପ୍ରତିବନ୍ଧକ ରହି ନାହିଁ ।  ସର୍ବୋଚ୍ଚ ନ୍ୟାୟଳୟଙ୍କ ଆଦେଶ ପରେ ଆଜି ପାଣ୍ଡିଆନଙ୍କ ଏହି ଅଚାନକ ପୁରୀ ଗସ୍ତକୁ ଗୁରୁତର ସହ ନିଆଯାଉଛି ।   ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଏହି ଉନ୍ନତି ମୂଳକ ପ୍ରକଳ୍ପ କାର୍ଯ୍ୟ ସୁରୁଖୁରୁରେ ସାରିବା ନେଇ ପାଣ୍ଡିଆନ୍ ତୀକ୍ଷ୍ମ ନଜର ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com