ଓଡ଼ିଶା

ବିରଳ ଓ ଜଟିଳ ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ସାଉଁଟିଲେ ସମ୍ ନ୍ୟୁରୋସର୍ଜନ, ୧୮ ବର୍ଷୀୟ ଯୁବକ ଏବେ ବିପଦମୁକ୍ତ

ଭୁବନେଶ୍ୱର() ବିରଳ ଓ ଜଟିଳ ଜ୍ୟାଂଟ ଆନ୍ୟୁରିଜିମ୍ ସମସ୍ୟାରେ ପୀଡ଼ିତ ଥିବା ୧୮ ବର୍ଷୀୟ ଯୁବକଙ୍କର ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ହାସଲ କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜନ୍ । ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟାରେ ପୀଡ଼ିତ ଥିବା ପ୍ରାୟ ୩୦ରୁ କମ୍ ବ୍ୟକ୍ତିଙ୍କର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି ବୋଲି ସୂଚନା ଦେଇଛନ୍ତି ଏହି ଅସ୍ତ୍ରୋପଚାର ଟିମ୍‌ର ନେତୃତ୍ୱ ନେଇଥିବା ସମ୍‌ର ନ୍ୟୁରୋସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାସ ।

ସୁବାଶିଷ ରାଉତ ନାମକ ଏହି ଯୁବକ ଜଣଙ୍କର ଦୀର୍ଘ ୧ ମାସ ଧରି ପ୍ରବଳ ମୁଣ୍ଡ ବ୍ୟଥା ଲାଗି ରହିବା ଯୋଗୁଁ ସେ ସମ୍ ହସ୍ପିଟାଲ୍‌କୁ ଆସିଥିଲେ । ତାଙ୍କ ମସ୍ତିଷ୍କର ସ୍କାନିଂ ହେବା ପରେ ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବ ହୋଇଥିବାର ଜଣାପଡ଼ିଥିଲା । ବ୍ରେନ୍ ଆଞ୍ଜିଓ କରାଯିବା ପରେ ପଛଭାଗରେ ଥିବା ମସ୍ତିଷ୍କର ଧମନୀରେ ଏକ ବଡ଼ ଫୋଟକା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା । ଯାହାକୁ କି ଡାକ୍ତରୀ ଭାଷାରେ ଜ୍ୟାଂଟ ପିସିଏ ଆନ୍ୟୁରିଜିମ୍ କୁହାଯାଏ ।
ଏହା ଖୁବ୍ ବିରଳ ସମସ୍ୟା ଏବଂ ତଥ୍ୟ ଅନୁଯାୟୀ ବିଶ୍ୱରେ ୩୦ରୁ କମ୍ ଏଭଳି ଘଟଣା ସାମ୍ନାକୁ ଆସିଛି ବୋଲି କହିବା ସହ ଯଦି ଠିକ୍ ଭାବରେ ଚିକିତ୍ସା କରା ନଯାଏ ତେବେ ରୋଗୀର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ ବୋଲି ଡା. କହିଛନ୍ତି । ଡା. ଦାସ ଏବଂ ତାଙ୍କ ଟିମ୍ ଦୀର୍ଘ ୮ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର କରିଥିଲେ ଏବଂ ଠିକ୍ ଏହାର ପରଦିନ ରୋଗୀଟି ଚାଲିବାକୁ ସକ୍ଷମ ହୋଇପାରିଥିଲା । ଏକ ସପ୍ତାହ ପରେ ସେ ଠିକ୍ ଭାବରେ କଥା କହିବାରେ ସକ୍ଷମ ହେବା ସହ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ।
ଡା. ଦାସଙ୍କ ନେତୃତ୍ୱରେ ଏହି ଟିମ୍‌ରେ ନ୍ୟୁରୋସର୍ଜନ୍ ଡା. ସତ୍ୟଭୂଷଣ ସେନାପତି ଏବଂ ଡା. ଅଭିଜିତ୍ ଆଚାର୍ଯ୍ୟ ରହିଥିବା ବେଳେ ଆନେସ୍‌ଥେସିଆ ଟିମ୍‌ରେ ଡା. ସୁଦୀପ ମହାପାତ୍ର ଏବଂ ଡା. ଶିଖା ସାମିଲ୍ ଥିଲେ । ଅସ୍ତ୍ରୋପ୍ରଚାର ଗୃହ ଷ୍ଟାଫ୍ ଶ୍ରୀ ଲଳିତ ନାରାୟଣ ସାହୁ ଏବଂ ଶ୍ରୀ ବିଜୟ ଅସ୍ତ୍ରୋପଚାର ସମୟରେ ସାହାଯ୍ୟ କରିଥିଲେ । ନିକଟରେ ଡା. ଦାସଙ୍କ ନେତୃତ୍ୱରେ ଏହି ନ୍ୟୁରୋସର୍ଜରୀ ଟିମ୍ ଜଟିଳ ବ୍ରେନ୍‌ଷ୍ଟେମ୍ କାଭେରନୁମା ମାୟୋକ୍ଲୋନିକ୍ ଏପିଲେପ୍ସି ବ୍ୟାଧିରେ ପୀଡ଼ିତ ଥିବା ଜଣେ ୨୮ ବର୍ଷୀୟ ଯୁବକଙ୍କ ଠାରେ ସଫଳତା ସହ ଜଟିଳ ଅସ୍ତ୍ରୋପଚାର କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com