ଜାତୀୟ

CBI ସ୍କାନରରେ ନରିନ୍ଦର ବାତ୍ରା, ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଲଗାଇଥିବା ଅଭିଯୋଗ

ନୂଆଦିଲ୍ଲୀ: ଇସ୍ତଫା ପରେ ସି.ବି.ଆଇ. ସ୍କାନରରେ ନରିନ୍ଦର ବାତ୍ରା । ହକି ଇଣ୍ଡିଆର ୩୫ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଲଗାଇଥିବା ଅଭିଯୋଗ । ସି.ବି.ଆଇ. ସ୍କାନରରେ ଭାରତୀୟ କ୍ରୀଡ଼ା ପ୍ରଶାସନର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ନରିନ୍ଦର ବାତ୍ରା । ଆଇ.ଓ.ଏ, ହକି ଇଣ୍ଡିଆ ଓ ନରିନ୍ଦର ବାତ୍ରାଙ୍କ ବାସଭବନରେ ସି.ବି.ଆଇ. ଚଢ଼ାଉ କରିଛି ।

ବାତ୍ରା ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ନରିନ୍ଦର ବାତ୍ରା ଗତକାଲି ୩ଟି ପଦରୁ ଇସ୍ତଫା ଦେଇଛନ୍ତି । ଆନ୍ତର୍ଜାତିକ ହକି ମହାସଂଘ, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟ ଥିଲେ । ଲଗାତର ୨ ଥର ଏଫ.ଆଇ.ଏଚ୍. ସଭାପତି ଭାବେ ନିର୍ବାଚିତ ହୋଇଥିଲେ ନରିନ୍ଦର ବାତ୍ରା ।

Related Articles

Back to top button
WP Twitter Auto Publish Powered By : XYZScripts.com