Breaking NewsFeaturedରାଜନୀତି

ରାଜସ୍ଥାନ ନିର୍ବାଚନ: ଟିକେଟ୍‌ ଟେନସନରେ କଂଗ୍ରେସ ଓ ବିଜେପି, ଛିଡୁନି ଅଙ୍କ

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ତେବେ ବଡ଼ ସରଗରମ ସ୍ଥିତିରେ ଗତି କରୁଛି ରାଜସ୍ଥାନ ରାଜନୀତି। କାରଣ ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ଏବେ ଟେନସନରେ। ଦୁଇ ପ୍ରମୁଖ ଦଳର ଛିଡୁନି ଟିକେଟ ଅଙ୍କ। ପ୍ରଥମ ପର୍ଯ୍ୟାୟରେ ୪୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରି ବିଦ୍ରୋହର ସାମ୍ନା କରୁଥିବା ବିଜେପି ଏବେ ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା ପାଇଁ ଲଗାତର ବୈଠକ ଜାରି ରଖିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡା ପ୍ରମୁଖ ରାଜସ୍ଥାନର ଦଳୀୟ ନେତାଙ୍କ ସହ ଘନ ଘନ ବୈଠକ କରି ମାନସ ମନ୍ଥନ କରୁଛନ୍ତି। ପୁର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଦିଆ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘାୱାଲ, ରାଜ୍ୟ ବିଜେପି ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଛଅ ଘଣ୍ଟା ଧରି ବୈଠକ ଚାଲିଥିଲା। ପ୍ରଥମ ପର୍ଯ୍ୟାୟରେ ବହୁ ସାଂସଦଙ୍କୁ ରାଜସ୍ଥାନରେ ଟିକେଟ ଦେଇଥିବା ବିଜେପି ଆଗକୁ ଆଉ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି। ସେପଟେ ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ମଧ୍ୟରେ ବିଦ୍ରୋହ ଦେଖାଯିବା ସହ ରାସ୍ତା ଘାଟରେ ଆନ୍ଦୋଳନ ଦେଖିବାକୁ ମିଳୁଛି। ଏହାକୁ ମ୍ୟାନେଜ କରିବାକୁ ଜାତୀୟ ସଭାପତି ନଡ୍ଡା ଲାଗି ପଡିଛନ୍ତି। ଅସନ୍ତୁଷ୍ଟଙ୍କୁ ମନାଇବାକୁ କୋଟା ଅଞ୍ଚଳର ଦଳୀୟ ନେତାଙ୍କୁ ଭେଟିଛନ୍ତି ନଡ୍ଡା।

ଠିକ୍‌ ସେହିପରି କଂଗ୍ରେସର ମଧ୍ୟ ଏ ଯାଏ ଟିକେଟ ଅଙ୍କ ଛିଡୁନି। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ କରାଯାଇ ପ୍ରାର୍ଥୀ ଚୟନକୁ ନେଇ ଆଲୋଚନା ହୋଇଛି। ବୈଠକରେ କଂଗ୍ରେସର କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱଙ୍କ ସମେତ ରାଜସ୍ଥାନର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ। କଂଗ୍ରେସ ମଧ୍ୟ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା ପାଇଁ ଉଦ୍ୟମ ଜାରି ଚଳାଇଛି। ତେଣୁ ଦେଶର ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା, ମିଜୋରାମ ଓ ଛତିଶଗଡ଼ ଭଳି ପଞ୍ଚଟି ପ୍ରମୁଖ ରାଜ୍ୟର ବିଧାନସଭା ନିର୍ବାଚନ ହେଉଥିଲେ ମଧ୍ୟ ରାଜସ୍ଥାନ ପ୍ରମୁଖ ରାଜନୈତିକ ଦଳ ପାଇଁ ଚିନ୍ତାର କାରଣ ସାଜିଛି।

Related Articles

Back to top button
WP Twitter Auto Publish Powered By : XYZScripts.com