Featuredଅନ୍ତର୍ଜାତୀୟ

ରହସ୍ୟଜନକ ରୋଗ : ୩ ଜଣଙ୍କ ମୃତ୍ୟୁ ପରେ କ୍ବାରାଣ୍ଟିନ୍‌ରେ ଆଫ୍ରିକୀୟ ସହର

ରହସ୍ୟଜନକ ଭୂତାଣୁ ସଂକ୍ରମଣ ଯୋଗୁ ନାକରୁ ରକ୍ତ ପଡ଼ୁଛି ଓ ଲୋକର ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ଆଫ୍ରିକାର ବୁରୁଣ୍ଡିରେ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିବା ପରେ ସହରକୁ କ୍ବାରାଣ୍ଟିନରେ ରଖାଯାଇଛି।

ସହରର ବାଜିରୋ ଅଞ୍ଚଳରେ ସଂକ୍ରମିତ ୩ ଜଣ ଲୋକଙ୍କର ନାକରୁ ରକ୍ତ ପଡ଼ିବା ପରେ ମୃତ୍ୟୁ ଘଟିଛି। ରୋଗର ଲକ୍ଷଣ ଭିତରେ ରହିଛି- ଜ୍ବର ହେବା, ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲେଇବା, ବାନ୍ତି ହେବା ଇତ୍ୟାଦି। ଶେଷରେ ନାକରୁ ରକ୍ତ ପଡ଼ିବା ସହ ରୋଗୀର ମୃତ୍ୟୁ ଘଟୁଛି। ଇବୋଲା ବା ମାରବର୍ଗ ଭୂତାଣୁ ଏହି ରୋଗର କାରଣ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବୁରୁଣ୍ଡୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ଭୂତାଣୁ ଏକ ସଂକ୍ରାମକ ଓ ରକ୍ତକ୍ଷରଣକାରୀ ମାରାତ୍ମକ ଅଣୁଜୀବ ପରି ଜଣାପଡ଼ୁଛି। ଏହାପୂର୍ବରୁ ଚଳିତମାସରେ ପଡ଼ୋଶୀ ତାଞ୍ଜାନିଆରେ ମାରବର୍ଗ ଭୂତାଣୁ ଜନିତ ସଂକ୍ରମଣ ହୋଇଥିଲା।

Related Articles

Back to top button