ଜାତୀୟରାଜନୀତି

ୟୁପିରେ ବିଜେପିର ବିଜୟରେ ଖୁସି ଅପର୍ଣ୍ଣା ଯାଦବ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନେଇ କହିଲେ ଏପରି କଥା

ନୂଆଦିଲ୍ଲୀ() ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସୁଛି । ବିଜେପି ବିପୁଳ ବିଜୟ ହାସଲ କରିବା ଦିଗରେ ଆଗକୁ ବଢୁଛି । ଲଗାତାର ଦ୍ୱିତୀୟଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ଜଣାପଡୁଛି । ଏହାରି ଭିତରେ ସମାଜବାଦୀ ପାର୍ଟିରୁ ବିଜେପିରେ ସାମିଲ ହୋଇଥିବା ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଅପର୍ଣ୍ଣା ଯାଦବ ଟ୍ୱିଟ କରି କହିଛନ୍ତି, ବାବାଙ୍କୁ ପୁଣି ଥରେ କ୍ଷମତା ମିଳିବାକୁ ଯାଉଛି, ରାମ ରାଜ୍ୟ ଫେରିବ, ଜୟ ଶ୍ରୀ ରାମ। ଅପର୍ଣ୍ଣା ଯାଦବ ଗତଥର ଲକ୍ଷ୍ନୌ କ୍ୟାଣ୍ଟ ଆସନରୁ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢିଥିଲ। କିନ୍ତୁ ବିଜେପିର ରୀତା ବହୁଗୁଣା ଜୋଶୀଙ୍କ ଠାରୁ ପରାଜିତ ହୋଇଥିଲେ। ଚଳିତଥର ଅପର୍ଣ୍ଣା ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com