ଜାତୀୟରାଜନୀତି

ଦୌଡ଼ି ଦୌଡ଼ି ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ପହଞ୍ଚିଲେ ଖେଳମନ୍ତ୍ରୀ, ଭାଇରାଲ ହେଲା ମଜାଦାର ଭିଡିଓ

ଲକ୍ଷ୍ନୌ() ବର୍ତ୍ତମାନ ଚାଲିଛି ନିର୍ବାଚନ ଋତୁ। ଆଗକୁ ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ ବିଭିନ୍ନ ଦଳର ନେତା ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ଭ କରିଛନ୍ତି। ତେବେ ୟୁପିରେ ଖେଳମନ୍ତ୍ରୀ ଯେଉଁ ଭଳି ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ୟୁପିର ଖେଳମନ୍ତ୍ରୀ ଉପେନ୍ଦ୍ର ତିୱାରୀ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିବା ବେଳେ ପହଞ୍ଚିବାକୁ ବିଳମ୍ବ ହେବାରୁ ସେ ଦୌଡ଼ିଥିବା ଦେଖାଯାଇଛି। ଏହି ସମୟର ଏକ ଭିଡିଓ ଏବେ ଭାଇରାଲ ହୋଇଛି, ଯେଉଁଥିରେ ଉପେନ୍ଦ୍ର ତିୱାରୀ ଦୌଡ଼ିଥିବା ଦେଖାଯାଇଛି।

ସୂଚନା ମୁତାବକ, ଫେଫନା ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଉପେନ୍ଦ୍ର ତିୱାରୀ ବାଲିଆ ଜିଲ୍ଲାପାଳ ଅଫିସକୁ ଆସୁଥିଲେ। କିନ୍ତୁ ରାସ୍ତାରେ ଦଳୀୟ କର୍ମୀମାନେ ସ୍ୱାଗତ କରିବା କାରଣରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପହଞ୍ଚିବାରେ ତାଙ୍କୁ ବିଳମ୍ବ ହୋଇଥିଲା। ପ୍ରାର୍ଥୀପତ୍ର ଦାଖଲ କରିବାର ସମୟ ଶେଷ ହେବା ପାଇଁ ମାତ୍ର କିଛି ମିନିଟ୍ ବାକି ରହିଥିବା ଜାଣି ମନ୍ତ୍ରୀ ଦୌଡ଼ିବା ଆରମ୍ଭ କରିଦେଇଥିଲେ। ଦିନ ୩ଟାରେ ପ୍ରାର୍ଥୀପତ୍ର ଦାଖଲ କରିବାର ସମୟ ଶେଷ ହେଉଥିବା ବେଳେ ଏହାର କିଛି ମିନିଟ ପୂର୍ବରୁ ପହଞ୍ଚି ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ବୋଲି ଜଣାପଡ଼ିଛି।

Related Articles

Back to top button