Breaking Newsଓଡ଼ିଶାମନୋରଞ୍ଜନସ୍ୱାସ୍ଥ୍ୟ

ଗୁରୁଗାଓଁଙ୍କୁ ଏୟାରଲିପ୍ଟରେ ଯିବେ ଉତ୍ତମ ମହାନ୍ତି

ଭୁବନେଶ୍ୱର : ଓଲିଉଡ଼ର ବରିଷ୍ଠ ଅଭିନେତା ଲିଭର ସିରୋସିସରେ ରୋଗରେ ପୀଡିତ ଅଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଆଇୟିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି କିମ୍ସ କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁ । ଅଧିକ ଚିକିତ୍ସା ଲାଗି ଉତ୍ତମ ମହାନ୍ତିଙ୍କୁ ଗୁରୁଗାଓଁର ଘରୋଇ ହସ୍ପିଟାଲ ମେଦାନ୍ତ ହସ୍ପିଟାଲକୁ ଯଥାଶୀଘ୍ର ଏୟାରଲିଫ୍ଟ କରିବା ପାଇଁ ଚେଷ୍ଟା କରାଯାଉଛି। ଏନେଇ ବୁକିଙ୍ଗ ମଧ୍ୟ କରାଯାଇଛି । ଦୁଇ ଘଣ୍ଟା ମଧ୍ୟରେ ଏୟାରଲିଫ୍ଟ ପାଇଁ ଉଦ୍ୟମ ହେଉଥିବା ସୂଚନା ଦେଇଛନ୍ତି ଉତ୍ତମ ମହାନ୍ତିଙ୍କ ପୁଅ ତଥା ଅଭିନେତା ବାବୁସାନ ମହାନ୍ତି ।

ଅନ୍ୟପଟେ ଅଭିନେତା କେକେ, ଅଭିନେତା ରବି ମିଶ୍ର, ବବି ମିଶ୍ର, ପ୍ରଯୋଜକ ସ୍ଥିତ ପଟ୍ଟନାୟକ, ଟୁଟୁ ନାୟକ ହସ୍ପଟାଲ ପହଞ୍ଚି ଉତ୍ତମ ମହାନ୍ତିଙ୍କୁ ଦେଖା କରିବା ସହ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com