ଅନ୍ୟାନ୍ୟ

ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ ନାମ ପ୍ରସ୍ତାବ ଦେବାକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୦୭ /୧୦/୨୦୨୨-   ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ କାର୍ଯ୍ୟକାଳ ନଭେମ୍ବର ୮ରେ ଶେଷ ହେବାକୁ ଯାଉଛି । ତେଣୁ ତାଙ୍କର ଉତ୍ତରାଧିକାରୀ କିଏ ହେବେ ତାଙ୍କର ନାମ ପ୍ରସ୍ତାବ ଦେବାକୁ ନେଇ କେନ୍ଦ୍ର ସରକାରଙ୍କ ଆଇନ ବିଭାଗ ଶୁକ୍ରବାର ତାଙ୍କୁ ପତ୍ର ଲେଖିଛନ୍ତି । ବର୍ତ୍ତମାନ ସୁପ୍ରି୍ମକୋର୍ଟର ସବୁଠୁ ବରିଷ୍ଠ ବିଚାରକ ଭାବେ  ଡି ୱାଇ ଚନ୍ଦ୍ରଚୂଡ ରହିଛନ୍ତି । ଜଷ୍ଟିସ ୟୁ ୟୁ ଲଳିତ ନିଜର ଉତ୍ତରାଧିକାରୀ ଭାବେ ତାଙ୍କ ନାଁକୁ ସୁପାରିଶ କରିପାରନ୍ତି । ଯଦି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାଁରେ ମୋହର ବାଜେ ତେବେ ସେ ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଏହି ଆସନରେ ବସିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com