ରାଜନୀତି

ସଂସଦ ସୁରକ୍ଷା ଭଙ୍ଗର ମାଷ୍ଟରମାଇଣ୍ଡ ଲଳିତ ଝା

ସଂସଦ ସୁରକ୍ଷା ଭଙ୍ଗର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ପଟିଆଲା ହାଉସ କୋର୍ଟରେ ପୋଲିସ ହାଜର କରିଥିଲା। କୋର୍ଟ ତାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ କର୍ତ୍ତବ୍ୟ ପଥ ପୋଲିସ ଷ୍ଟେଶନରେ ଲଲିତ ଝା ଆତ୍ମସମର୍ପଣ କରିଥିଲେ।

ହାଜର ହେବା ସମୟରେ ଦିଲ୍ଲୀ ପୋଲିସର ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ସଂସଦ ଅନୁପ୍ରବେଶ ମାମଲାରେ ଲଲିତ ଝା ତାଙ୍କର ସମ୍ପୃକ୍ତି ପ୍ରକାଶ କରିଛନ୍ତି। ସେ ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ବୋଲି ସେ କହିଥିଲେ। ଏହି ଷଡଯନ୍ତ୍ର କିପରି କରାଯାଇଥିଲା ତାହାର ବିସ୍ତୃତ ଅନୁସନ୍ଧାନ ହେବ।

Related Articles

Back to top button