ମନୋରଞ୍ଜନ
ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମାଙ୍କୁ ଝଟକା ଲାଗିଛି

ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମାଙ୍କୁ ଝଟକା ଲାଗିଛି । ଫିଲ୍ମ ‘ବ୍ୟୁହମ୍’ବହୁ ଦିନ ଧରି ବିବାଦରେ ରହିଥିଲା। ଏହି ଫିଲ୍ମ ରିଲିଜକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା ।
ବିବାଦ କାରଣରୁ ଫିଲ୍ମଟି ରିଲିଜ ହୋଇପାରିନଥିଲା । ବର୍ତ୍ତମାନ ତେଲେଙ୍ଗାନ ହାଇକୋର୍ଟ ଫିଲ୍ମ ‘ବ୍ୟୁହମ’ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଫିଲ୍ମ ଗତକାଲି ଅର୍ଥାତ୍ ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା । ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀଙ୍କ ଜୀବନୀ ଉପରେ ଆଧାରିତ ବୋଲି କୁହାଯାଉଛି ।