ଓଡ଼ିଶାଜାତୀୟଶିକ୍ଷା

ସରକାରୀ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପକ ନିଯୁକ୍ତି କରିବ OPSC

ଭୁବନେଶ୍ୱର, ୧୨/୧୨/୨୦୨୨ –   ସରକାରୀ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପକ ନିଯୁକ୍ତି ଦାୟିତ୍ୱ ନେବ ଓଡ଼ିଶା ଲୋକସେବା ଆୟୋଗ । ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର, ପ୍ରଫେସର ପାଇଁ ଉଭୟ ପରୀକ୍ଷା ଓ ଇଣ୍ଟରଭ୍ୟୁ OPSC ପରିଚାଳନା କରିବ । ଏହି ନୂଆ ନିୟମ ଲାଗୁ ହେବା ଫଳରେ ଏଣିକି ଶିକ୍ଷାନୁଷ୍ଠାନଗୁଡ଼ିକ ଆଉ ପୂର୍ବ ଭଳି ଶିକ୍ଷକ ନିଯୁକ୍ତି କରିପାରିବେ ନାହିଁ । ଗତ ଅକ୍ଟୋବର ମାସରେ ଏନେଇ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକୁ ଚିଠି ଲେଖା ଯାଇଥିଲା ।

ତେବେ ପୂର୍ବପରି ଜାତୀୟ ବୈଷୟିକ ଶିକ୍ଷା ପରିଷଦ AICTA ର ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ କଲେଜଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ଚାଲିବ ।  ଚୟନ କମିଟିରେ ଉଭୟ ରାଜ୍ୟ ଭିତରୁ ଓ ବାହାରୁ ବିଶେଷଜ୍ଞ ସାମିଲ୍ ରହିବେ । ପରୀକ୍ଷା ଓ ଇଣ୍ଟରଭ୍ୟୁକୁ ଆଧାର କରି ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ । ଆଗାମୀ ଦିନରେ ଚୁକ୍ତିଭିତ୍ତିକ ଅଧ୍ୟାପକ ପରିବର୍ତ୍ତେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏହାଦ୍ୱାରା ଏଣିକି ଉଚ୍ଚଶିକ୍ଷା ବିଭାଗ ଭଳି ବୈଷୟିକ ଶିକ୍ଷା ବିଭାଗର ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଯୋଗ୍ୟ ଓ ଦକ୍ଷତାସମ୍ପନ୍ନ ଶିକ୍ଷକ ନିଯୁକ୍ତି ପାଇ ପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com