ଓଡ଼ିଶାରାଜନୀତି

ରାଜନୈତିକ କ୍ୟାରିଅରକୁ ବରବାଦ କରିବା ପାଇଁ ମିଳିଥିଲା ଧମକ: ସୁନୀତି ମୁଣ୍ଡ

ଭୁବନେଶ୍ୱର: ଓଡିଶା ରାଜନୀତିର ଖବରର ଶିରୋନାମା ପାଲଟିଥିବା ବିଜେପି ନେତ୍ରୀ ସୁନୀତି ମୁଣ୍ଡ । ବିଜେପିରୁ ନିଲମ୍ବିତ ହେବା କିଛି ଦିନ ପରେ ମୁହଁ ଖୋଲିଛନ୍ତି l ସେ ଅଭିଯୋଗ କରି କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ତାଙ୍କୁ ନିର୍ଯ୍ୟାତନା ସହ ଧମକ ଦିଆଯାଇଛି ।

୨୦୨୨ ନିର୍ବାଚନରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ପଦ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ସୁନୀତି ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଭଣ୍ଡାରିପୋଖରୀର ସୁଧାଂଶୁ ନାୟକ ଦୁଇ ମାସ ପୂର୍ବରୁ ତାଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ ।

ଟଙ୍କା ନମିଳିଲେ ସେ ମୋର ରାଜନୈତିକ କ୍ୟାରିଅରକୁ ବରବାଦ କରିବା ସଙ୍ଗେ ସଙ୍ଗେ ମୋତେ ବଦନାମ କରିବେ ବୋଲି ଧମକ ମଧ୍ଯ ଦେଇଥିଲେ । ଦୁଇ ମାସ ପୂର୍ବେ ମୁଁ ଏହି ଧମକ ପାଇଥିଲି ଆଉ ଏବେ ମୋତେ ବିଜେପିରୁ ନିଲମ୍ବିତ କରାଯାଇଛି ବୋଲି ସେ କହିଛନ୍ତି । ଏହାସହ ରାଜନୀତିରେ ମହିଳାମାନେ ମଧ୍ଯ ନିର୍ଯ୍ୟାତନାର ଶିକାର ହେଉଥିବା ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com