Breaking NewsFeaturedଓଡ଼ିଶା

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଦେଶିନୀଙ୍କ ଅପମାନ:ଜଙ୍ଘରେ ଆଙ୍କିଛନ୍ତି ମହାପ୍ରଭୁଙ୍କ ଟାଟୁ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନ। ଜଣେ ବିଦେଶିନୀ ତାଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବାକୁ ନେଇ ଦେଖାଦେଇଛି ବିବାଦ। ଏହି ଟାଟୁ ଆଙ୍କିଥିବା ଭୁବନେଶ୍ବର ରକି ଟାଟୋଜ୍ ବିରୋଧରେ ସହିଦନଗର ଥାନାରେ ଏତଲା ଦିଆଯାଇଛି । ରକି ଟାଟୋଜ୍ ଷ୍ଟୁଡିଓ ମାଲିକ ରକି ରଞ୍ଜନ ବିଶୋଇ ଜଗନ୍ନାଥଙ୍କୁ ଅପମାନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଜଙ୍ଘରେ ଟାଟୁ ଆଙ୍କିଥିବା ବିଦେଶିନୀ ଜଣଙ୍କ ଇଟାଲିର ବାସିନ୍ଦା । ସେ ହିନ୍ଦୁ ଧର୍ମାବଲମ୍ବୀ ମଧ୍ୟ ନୁହନ୍ତି । ବିଦେଶିନୀ ଜଣଙ୍କ କନ୍ଧମାଳର ଏକ ସ୍ଵେଚ୍ଛାସେବୀ ସଂଗଠନରେ କାମ କରୁଥିବା ଜଣାପଡ଼ିଛି । ତେବେ ବିଦେଶିନୀଙ୍କ ଏଭଳି ଟାଟୁ ଓ ଟାଟୁ ଆଙ୍କିଥିବା ରକି ଟାଟୁର ଔଦ୍ଧତାମିକୁ ଚାରି ଆଡ଼ୁ ପ୍ରବଳ ବିରୋଧ ହେଉଛି । ସହିଦ ନଗର ଥାନାରେ ଟାଟୁ କରିଥିବା ବିଦେଶିନୀ ଏବଂ ରକି ଟାଟୁ ନାଁରେ ଏତଲା ଦେଇଛନ୍ତି ଜଗନ୍ନାଥପ୍ରେମୀ । ତେବେ ଘଟଣା ପ୍ରଘଟ ହେବା ପରେ ଭିଡିଓ କରି କ୍ଷମା ମାଗିଛନ୍ତି ରକି ଟାଟୁର ମାଲିକ ।

Related Articles

Back to top button
WP Twitter Auto Publish Powered By : XYZScripts.com