ବାଣିଜ୍ୟ

ବୁଲେଟ ଟ୍ରେନ ଭଡା, ବିମାନ ଭଡା ଠାରୁ କମ୍ ରହିବ: ଅଶ୍ୱିନୀ ବୈଷ୍ଣବ

ସୁରଟ,୩୦/୦୬/୨୨- ଦେଶରେ ଚାଲିବାକୁ ଥିବା ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପ କାମ ତୀବ୍ର ଗତିରେ ଆଗେଇ ଚାଲିଛି। । ନିକଟରେ ଏକ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ବୁଲେଟ୍ ଟ୍ରେନ ସେବା ଦେଶରେ ୨୦୨୬ ମସିହାରୁ ଆରମ୍ଭ ହେବ । ତେବେ ବୁଲେଟ ଟ୍ରେନ ଆସିବା ଆଗରୁ ଏଥିରେ ଯାତ୍ରା କରିବାକୁ କେତେ ଭଡା ଦେବାକୁ ପଡିବ ଏହି ବିଷୟରେ ସୂଚନା ଦେଇ ରେଳ ମନ୍ତ୍ରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଭଡା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ପ୍ରକଳ୍ପ ଶେଷ ହେବା ପରେ ହିଁ ଭଡା ସ୍ଥିର କରାଯିବ । କିନ୍ତୁ ଏହା ଲୋକମାନଙ୍କ ସ୍ୱାର୍ଥରେ ରହିବ। ଏଥିପାଇଁ ପ୍ରଥମ ଏସିର ଆଧାର ତିଆରି କରାଯାଉଛି, ଯାହା ଅଧିକ ନୁହେଁ। ଏଥିରୁ ଜଣା ପଡୁଛି ଯେ ବୁଲେଟ୍ ଟ୍ରେନର ଭଡା ପ୍ରଥମ ଶ୍ରେଣୀ ଏସି ସହିତ ସମାନ ହେବ। ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ବୁଲେଟ୍ ଟ୍ରେନର ଭଡା, ବିମାନ ଭଡା ଠାରୁ କମ୍ ରହିବ । ସେ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଅଗ୍ରଗତି ବିଷୟରେ ଜାଣିବା ପାଇଁ ସୁରଟ ପରିଦର୍ଶନ କରିଥିଲେ। ୨୦୨୬ ମସିହାରେ ସୁରଟ ଏବଂ ବିଲିମୋରା ମଧ୍ୟରେ ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସୂଚନା ଦେଇଥିଲେ।

Related Articles

Back to top button