ଅନ୍ୟାନ୍ୟ

ନିଖୋଜ ୨ ଟ୍ରଲରର ମିଳିଲା ସନ୍ଧାନ

ଭୁବନେଶ୍ୱର, ୧୬/୦୧/୨୦୨୩ –    ଜାନୁଆରୀ ୮ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ୨ଟି ଟ୍ରଲରର ସନ୍ଧାନ ମିଳିଛି । ଟ୍ରଲର ୨ଟିର ନାମ ହେଉଛି ଦେବୀ ଲକ୍ଷ୍ମୀ ଓ କିନାରା । ଦୁଇଟି ଯାକ ଟ୍ରଲରରେ ଥିବା ସମସ୍ତ ମତ୍ସ୍ୟଜୀବୀ କୂଳ ଠାରୁ ୧୨ ନଟିକାଲ ମାଇଲ ଦୂରରେ ଅଛନ୍ତି । ସମସ୍ତ ୧୩ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାପଡ଼ିଛି । ମତ୍ସ୍ୟଜୀବୀଙ୍କୁ ଖୋଜିବାକୁ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା ।ତେବେ ଟ୍ରଲର ୨ଟି ୨ ଘଣ୍ଟା ମଧ୍ୟରେ ପାରାଦୀପ ମାଛଧରା ବନ୍ଦରରେ ପହଞ୍ଚିବ । ତା’ପରେ ନିଖୋଜର  କାରଣ ଜଣାପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com