ଓଡ଼ିଶା

ମୌସୁମୀ ଅଧିବେଶନ ପାଇଁ ଆସନ୍ତା ୨୯ରେ ବସିବ ସର୍ବଦଳୀୟ ବୈଠକ

ଜୁଲାଇ ୨ରୁ ଆରମ୍ଭ ହେବାକୁ ଯାଉଥିବା ଆସନ୍ତା ମୌସୁମୀ ଅଧିବେଶନ ପାଇଁ ଜୁନ୍ ୨୯ ତାରିଖରେ ବସିବ ସର୍ବଦଳୀୟ ବୈଠକ। ବିଧାନସଭା ନିୟୁ କନଭେନସନ ହଲରେ ଦିନ ସାଢେ ୧୧ଟାରେ ବସିବ ଏହି ବୈଠକ । ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ମୌସୁମୀ ଅଧିବେଶନ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବା ନେଇ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି । ଚଳିତ ମୌସୁମୀ ଅଧିବେଶନରେ ସମୁଦାୟ ୨୪ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ। ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ କରିବେ । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ । ସେପଟେ ଆସନ୍ତା ୨ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ବସିବ।

Related Articles

Back to top button
WP Twitter Auto Publish Powered By : XYZScripts.com