ଅନ୍ୟାନ୍ୟ

ସଫଦରଜଙ୍ଗ ହସ୍ପିଟାଲରେ ଲାଗିଲା ନିଆଁ : ଆୟତ୍ତ କଲା ୫ ଦମକଳ ଗାଡି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତର ଭାବେ ଅଗ୍ନିକାଣ୍ଡ ବୃଦ୍ଧି ପାଉଛି । ଏବେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଶୁକ୍ରବାର ସକାଳେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ ।

ସୂଚନାନୁସାରେ, ଶୁକ୍ରବାର ସକାଳେ ସଫଦରଜଙ୍ଗ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଏହାସହ ଗୁରୁ ଅଙ୍ଗଦ ନଗର ପାଖରେ ଥିବା ଆଉ ଏକ ହସ୍ପିଟାଲରେ ମଧ୍ୟ ଅଘ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବିଭାଗର କହିବାନୁସାରେ, ନିଆଁକୁ ଆୟତ୍ତ କରାଯାଇଛି । ଦମକଳ ବାହିନୀର ୫ ଗାଡି ନିଆଁ ଲିଭାଇଥିଲେ ।

ସୂଚନାଯୋଗ୍ୟ, ଚଳିତ ମାସରେ ହିଁ ଦିଲ୍ଲୀର ମୁଣ୍ଡକା ହସ୍ପିଟାଲରେ ଭୟଙ୍କର ନିଆଁ ଲାଗିଥିଲା । ଯେଉଁଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ଅନେକ ପୋଡି ଗୁରୁତର ହୋଇପଡିଥିଲେ । ଏହାପରେ ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ ଛୋଟବଡ ଅଗ୍ନିକାଣ୍ଡ ଘଟଣା ଘଟି ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com