ଓଡ଼ିଶା

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଭାଇ

ଝାରସୁଗୁଡ଼ା() ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଭାଇ ବିହାରୀ ଚନ୍ଦ୍ର ବିଶ୍ବାଳ ଓ ତାଙ୍କ ପୁତ୍ରବଧୂ ଜ୍ୟୋସ୍ନା ବିଶ୍ୱାଳ ଆଜି ବିଜେପିରେ ଯୋଗଦାନ କରିଛନ୍ତି।  ବେହେରାମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ମଙ୍ଗଲ ସାହୁଙ୍କ ସଭାପତିତ୍ୱ ତଥା ଜ଼ିଲ୍ଲା ପ୍ରଭାରୀ ତଥା ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତି ରେ ବିଜେଡି ଛାଡ଼ି ବିଜେପି ଯୋଗଦାନ କରିଥିବା ଘୋଷଣା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ବିଜେଡିର କୁଶାସନ, ଭ୍ରଷ୍ଟାଚାର, ଅନ୍ୟାୟ, ଅତ୍ୟାଚାର ଓ ଗୁଣ୍ଡାଗର୍ଦିରେ ଅତିଷ୍ଠ ହୋଇ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଥିବା ପ୍ରକାଶ କରିଥିଲେ।

ଏମାନଙ୍କ ସହିତ ବିନୋଦ ସା, କମଲ ରାଉଡିଆ, ସୁଶୀଲ ପଧାନ, ପିଣ୍ଟୁ ଚୌଧୁରୀ, ପ୍ରେମାନନ୍ଦ ଫରୁଆ ପ୍ରମୁଖ ୩୦ ଜଣ ବିଜେପିରେ ସଦସ୍ୟତା ଗ୍ରହଣ କରିଥିଲେ। ଏହି ମିଶ୍ରଣ ପର୍ବରେ କିର୍ମିରା ମଣ୍ଡଳ ସଭାପତି ବିଜୟ ଶର୍ମା, ରସିକ ଆଡ଼େ, ନିର୍ମଳ ଅଗ୍ରୱାଲ, ଜିଲ୍ଲା ଉପସଭାପତି ସଞ୍ଜୟ ସିଂ, ପ୍ରେମସେନ ରାଏ, ଜିଲ୍ଲା ସାଧାରଣ ସମ୍ପାଦକ ବିମଳେନ୍ଦୁ ଭୋଲ, କୋଷାଧକ୍ଷ ମହେନ୍ଦ୍ର କେଡ଼ିଆ, ରଘୁରାମ ପାଳ, ବବଲୁ ସିଂ, ସୋନୁ ଥିରାନି, ଆଲୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com