ଅନ୍ୟାନ୍ୟ

ପ୍ରେମୀ ଯୁଗଳଙ୍କ ପ୍ରତିମୂର୍ତ୍ତିକୁ ବିବାହ କରାଇଲେ ପରିବାର

      ଭୁବନେଶ୍ୱର, ୧୯/୦୧/୨୦୨୩ –    ପ୍ରେମୀ ଯୁଗଳଙ୍କ ପ୍ରତିମୂର୍ତ୍ତିକୁ ବିବାହ କରାଇଲେ ପରିବାର  ଲୋକେ । ଏଭଳି ଏକ ବିରଳ ଘଟଣା ଘଟିଛି ଗୁଜରାଟର ତାପି ଅଞ୍ଚଳରେ । ଘଟଣା ଅନୁଯାୟୀ ତାପି ଅଞ୍ଚଳର ଗଣେଶ ଓ ରଞ୍ଜନା ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଉଭୟଙ୍କ ପରିବାରର ଏଥିରେ ସମ୍ମତି ନ ଥିଲା ।

ଶେଷରେ ନିରାଶ ହୋଇ ଏହି ପ୍ରେମୀ ଯୁଗଳ ୨୦୨୨ ଅଗଷ୍ଟରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ଦୁହିଁଙ୍କ ପରିବାର ନିଜର ଭୁଲ ବୁଝିପାରି ଗଣେଶ ଓ ରଞ୍ଜନାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ପାରମ୍ପରିକ ଭାବେ ମୂର୍ତ୍ତିଦ୍ୱୟର ବିବାହ କରାଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com