ଅନ୍ୟାନ୍ୟ

ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିକଟରେ ଭୂକମ୍ପ

ଅହମଦାବାଦ : ଗୁଜରାଟର ନର୍ମଦା ଜିଲାର କଓ୍ବେଡ଼ିଆ ଗାଁ ନିକଟରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୩.୧ ଥିଲା ବୋଲି ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ କଓ୍ବେଡ଼ିଆ ଗାଁ ନିକଟରେ ରହିଛି। ଭୂକମ୍ପର କେନ୍ଦ୍ର କଓ୍ବେଡ଼ିଆର ଦକ୍ଷିଣ-ପୂର୍ବର ୧୨ କିଲୋମିଟର ଦୂରରେ ଭୂଗର୍ଭର ୧୨.୭ କିଲୋମିଟର ତଳେ ଥିଲା। ଭୂକମ୍ପ ଯୋଗୁ ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ର କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି କୁହାଯାଉଛି। ସୋମବାର ରାତ୍ର ୧୦ଟା ୭ ମିନିଟରେ ଏହା ଅନୁଭୂତ ହୋଇଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related Articles

Back to top button