ଜାତୀୟ

କେନ୍ଦ୍ରୀୟ କର୍ମଚାରୀଙ୍କର ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବଜେଟ୍ ପରେ କର୍ମଚାରୀଙ୍କୁ ଖୁସିଖବର ଦେଇଛନ୍ତି । ମୋଦୀ ସରକାର ଏବେ କର୍ମଚାରୀଙ୍କର ମହଭ୍ଗା ଭତ୍ତାକୁ ବଢ଼ାଇଦେଇଛନ୍ତି । ବଜେଟ୍ ଉପସ୍ଥାପନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହଙ୍ଗା ଭତ୍ତାକୁ ୧୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହି ବୃଦ୍ଧିପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ମୋଟା ଅଙ୍କର ବୃଦ୍ଧି ଘଟିଛି ।

ସୂଚନା ଯେ, ଏହି ବୃଦ୍ଧି କେବଳ କେନ୍ଦ୍ରୀୟ ସାର୍ବଜନୀକ କ୍ଷେତ୍ର ଉଦ୍ୟମ(CPSEs)କୁ ମିଳିବ । ସେମାନଙ୍କ ମହଙ୍ଗା ଭତ୍ତାକୁ ଜାନୁଆରୀ ମାସରେ ରିଭାଇଜ୍ କରାଯାଇଥିଲା । ଏହାପୁର୍ବରୁ କର୍ମଚାରୀଙ୍କୁ ୧୭୦.୫ ପ୍ରତିଶତ ଦରରେ ଡିଏ ମିଳୁଥିଲା । ଏହାକୁ ଏବେ ବୃଦ୍ଧି କରାଯାଇ ୧୮୪.୧ କରାଯାଇଛି ।

ରିପୋର୍ଟସ୍ ମୁତାବକ, ଅଣ୍ଡର ସେକ୍ରେଟାରୀ ସାମୁଏଲ୍ ହକ୍ କହିଛନ୍ତି ଯେ, CPSEs ର ବୋର୍ଡ ଲେବଲ୍ ଓ ବୋର୍ଡ ଲେବଲ୍ ତଳିଆ ଅଧିକାରୀଙ୍କୁ ଏଥିରେ ଫାଇଦା ମିଳିବ । ଏବେ ଏହି କର୍ମଚାରୀଙ୍କୁ ୧୮୪.୧ ପ୍ରତିଶତ ଦରରେ ଡିଏ ବା ମହଙ୍ଗାଭତ୍ତା ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com