ଓଡ଼ିଶା

ଆସୁଛି ବାତ୍ୟା ଆସାନୀ, ସତର୍କତା ଜାରି କଲା ପ୍ରଶାସନ

ନୂଆଦିଲ୍ଲୀ() ପୁଣି ବାତ୍ୟା ଆଶଙ୍କା। ମାର୍ଚ୍ଚ ୨୧ ସୁଦ୍ଧା ବାତ୍ୟା ଆସାନୀ ସିମ୍ଭାବନା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ସାଗରର ଦକ୍ଷିଣରେ ଲୋ-ପ୍ରେସରରେ ପରିଣତ ହୋଇ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜକୁ ଛୁଇଁବ। ମାର୍ଚ୍ଚ ୨୧ ସୁଦ୍ଧା ଏହା ସୁପର ସାଇକ୍ଳୋନରେ ପରିଣତ ହେବାରେ ଅଛି। ଏହି ବାତ୍ୟା ଆଣ୍ଡାମାନେ ଓ ନିକୋବାର ଦୀପ ଦେଇ ଉତ୍ତରଆଡ଼କୁ ଯିବା ନେଇ ଆଶଙ୍କା କରାଯାଉଛି। ଆଜି ଏହା ତୀବ୍ରତର ହେବ ବୋଲି ପାଣିପାଗ ବିଭାଗ କହିଛି। ବାତ୍ୟା ପ୍ରଭାବରେ ମାର୍ଚ୍ଚ ୨୦ ତାରିଖରୁ ଆଣ୍ଡାମାନ ଦୀପରେ ଅଧିକାଂଶ ସ୍ଥାନରେ ହାଲ୍‌କା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ। ପ୍ରାୟ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଯାଇ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ନିକଟରେ ମାର୍ଚ୍ଚ ୨୨ତାରିଖ ସକାଳେ ପହଞ୍ଚିବା ସମ୍ଭାବନା ରହିଛି।

ଉଭୟ ଆଣ୍ଡାମାନ ଓ ନିକୋବାରରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ବାତ୍ୟାକୁ ଦେଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଆଣ୍ଡାମାନ ଓ ନିକୋବାର ପ୍ରଶାସନ। ଏହି ସମୟରେ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପ୍ରଶାସନ ଫରେଶୋର ସେକ୍ଟରରେ ଜାହାଜ ଚଳାଚଳକୁ ବାତିଲ କରିଦେବା ସହିତ ଯାତ୍ରୀମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର ୦୩୧୯୨-୨୪୫୫୫୫/୨୩୨୭୧୪ ଏବଂ ଟୋଲ ଫ୍ରି ନମ୍ବର – ୧-୮୦୦-୩୪୫-୨୭୧୪ ଜାରୀ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com