ଓଡ଼ିଶା

ବାଚସ୍ପତିଙ୍କ ସହ ସବୁ ମନ୍ତ୍ରୀ ଦେଲେ ଇସ୍ତଫା,ରବିବାର ନୂଆ ମନ୍ତ୍ରିମଣ୍ଡଳର ହେବ ନବକଳେବର

ଭୁବନେଶ୍ବର: ରାଜ୍ୟ ମନ୍ତ୍ରି ମଣ୍ଡଳର ସମସ୍ତ ମନ୍ତ୍ରୀ ଅଚାନକ ଇସ୍ତଫା ପ୍ରଦାନ କରିଛନ୍ତି । ଏମାନଙ୍କ ସହ ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଛନ୍ତି । ନବୀନ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ଇତି ମଧ୍ୟରେ ଶେଷ ହୋଇଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ଗତ କିଛି ଦିନ ହେଲା ଶୁଣାଯାଇଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ସବୁ ମନ୍ତ୍ରୀ ଇସ୍ତଫା ଦେବାକୁ ଆଦେଶ ଦିଆଯାଇଥିବା ସୂଚନା ମିଳିଛି ।  ନିକଟରେ ମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ରିପୋର୍ଟ କାର୍ଡ଼ ମଗାଯାଇଥିଲା । ଆସନ୍ତା  ୨୦୨୪ ସାଧାରଣ ନିର୍ବାଚନ କୁ ନଜରରେ ରଖି ନୂଆ ମନ୍ତ୍ରୀମଣ୍ଡଳ ନବକଳେବର ହେଉଛି । ଶନିବାର ଦିନ ୧୧ଟା ପରଠାରୁ ଜଣକ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ରବିବାର ୧୧ଟା ୪୫  ମିନିଟରେ ଲୋକସଭା ଭବନର କନଭେନସନ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେବେ । ନିକଟରେ ଆନ୍ଧ୍ର ପ୍ରଦେଶ ମୂଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଥିଲେ । ଓଡ଼ିଶାରେ ନବୀନ ପଟ୍ଟନାୟକ ଅନୁରୂପଧାରା ଅପଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com