କ୍ରୀଡ଼ା

ଆଇପିଏଲ ୨୦୨୨ : ଏକାଠି ଅଭ୍ୟାସ କଲେ ଧୋନୀ-କୋହଲି, ଫଟୋ ଭାଇରାଲ

ନୂଆଦିଲ୍ଲୀ :  ଶନିବାରଠୁ ଆରମ୍ଭ ହେବ ଆଇପିଏଲ । ମୁମ୍ବାଇର ପ୍ରସିଦ୍ଧ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଏହାମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ନଜର ଆସିଛନ୍ତି ।
ଶୁକ୍ରବାର ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ସିଏସକେର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକାଠି ଅଭ୍ୟାସ କରୁଥିବା ନଜର ଆସିଛନ୍ତି । ଯାହାର ଫଟୋ ଭାଇରାଲ ପରେ ଫ୍ୟାନମାନେ ଖୁବ୍ ପ୍ରଶଂସା କରିଛନ୍ତି ।
ବିରାଟ ଓ ଧୋନୀ ଦୀର୍ଘ ୧୦ ବର୍ଷ ଏକାଠି କ୍ରିକେଟ୍ ଖେଳିଥିଲେ । କୋହଲି ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆରେ ପଦାର୍ପଣ କରିଥିଲେ । ୨୦୧୫ରେ କୋହଲି ଟେଷ୍ଟ୍ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ । ଏହାପରେ ଜାନୁଆରୀ ୨୦୧୭ରେ ଦିନିକିଆର ଭାର ସମ୍ଭାଳିଥିଲେ ।
ସୂଚନାଯୋଗ୍ୟ, ସିଏସକେ ଓ ଆରସିବି ଗ୍ରୁପ୍ ବିରେ ରହିଛନ୍ତି । ଉଭୟ ଦୁଇଥର ମୁହାଁମୁହିଁ ହେବେ । ଏପ୍ରିଲ ୧୨ରେ ଉଭୟ ଦଳ ପ୍ରଥମ ଥର ସାମ୍ନାସାମ୍ନି ହେବେ । ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com