Featuredଓଡ଼ିଶାରାଜନୀତି

ଦେଖନ୍ତୁ ଆମ MLAଙ୍କ Report Card, ଏଥର Paradeep, ଆରଥରକୁ…

|| Sambit Routray || Jagatsinghpur

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସରି ଆସିଲାଣି ଷୋଡଷ ବିଧାନସଭା କାର୍ଯ୍ୟକାଳ । ଆଉ ବର୍ଷକ ଭିତରେ ପୁଣି ହେବ ନିର୍ବାଚନ । ଅନ୍ୟ ଟର୍ମ ଅପେକ୍ଷା ଚଳିତଥର ଅନେକ ଅସୁବିଧାର ସାମ୍ନା କରିଥିଲେ ସାଧାରଣ ଜନତା । ଖାସ କରି କରୋନା ପାଇଁ ବର୍ଷାଧିକ କାଳ ଲୋକ ଗୃହ ବନ୍ଦୀ ରହିବା ସହିତ ନାହିଁ ନଥିବା ଅସୁବିଧାର ସାମ୍ନା କରିଥିଲେ । ଆଉ ଏଭଳି ଦୁର୍ବିସହ ପରିସ୍ଥିତିରେ କେମିତି ଥିଲା ଆପଣଙ୍କ ପ୍ରତିନିଧିଙ୍କ ଭୁମିକା । ଆପଣମାନେ କେତେ ସହେଯାଗ ପାଇଛନ୍ତି ଆପଣଙ୍କ ପ୍ରତିନିଧିଙ୍କ ପାଖରୁ । ଏଇ ୪ବର୍ଷ ଭିତରେ କଣ କରିଛନ୍ତି ଆପଣଙ୍କ ବିଧାୟକ ବା ବିଧାୟିକା । ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ତାଙ୍କର ଅବଦାନ କଣ । ବିଧାନସଭାରେ ଆପଣଙ୍କ ପାଇଁ ସେ କିଭଳି ସ୍ୱର ଉତ୍ତୋଳନ କରିଛନ୍ତି । ସୋସିଆଲ ମିଡିଆ ହେଉ କି ସାଧାରଣ ଜୀବନ କେତେ ଆକ୍ଟିଭ ଆପଣଙ୍କ ନିର୍ବାଚିତ ପ୍ରତିନିଧି । କେଉଁ କେଉଁ ପ୍ରସଙ୍ଗକୁ ନେଇ ଆପଣଙ୍କ ବିଧାୟକ ବିବାଦ ଭିତରକୁ ଆସିଥିଲେ ଓ କେଉଁ କାମ ପାଇଁ ତାଙ୍କୁ ମିଳିଥିଲାପ୍ରଂଶସା । ଚାଲନ୍ତୁ ଏଇ ପରିପ୍ରେକ୍ଷୀରେ ଦେଖିବା ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ରିପୋର୍ଟ କାର୍ଡ । ତାଙ୍କ ବିଷୟରେ ତ ଟିକନିକ ତର୍ଜମା କରିବା ହେଲେ ତା ପୂର୍ବରୁ ଆସନ୍ତୁ ଜାଣିନେବା ପାରାଦୀପ ବିିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ କିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ।

  • ପାରାଦୀପ ବିିଧାନସଭା ନିର୍ବାଚନମଣ୍ଡଳୀ

– ଜଗତସିଂପୁର ଜିଲ୍ଲାରେ ଥିବା ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଅନ୍ୟତମ ପାରାଦୀପ ଅଣ ସଂରକ୍ଷିତ ଆସନ ।
– ପାରାଦୀପ ମୁନସିପାଲଟି, କୁଜଙ୍ଗ ବ୍ଲକ ସହିତ ତିର୍ତ୍ତୋଲ ବ୍ଲକର ୭ଟି ଗ୍ରାମ ପଞ୍ଚାୟତ ( ଅମ୍ବେରୀ, କୋଲାର, ସାମନ୍ତରାପୁର, ପୋରାଗଡେଇ, ମଣିଜଙ୍ଗା, ବୋଧେଇ ଓ ଜଡାତିରା)କୁ ନେଇ ଗଠିତ ପାରାଦୀପ ନିର୍ବାଚନ ମଣ୍ଡଳୀ
– ପାଖାପାଖି ଦୁଇ ଲକ୍ଷ ୩୫ ହଜାର ଭୋଟର ରହିଛନ୍ତି ଏଇ ନିର୍ବାଚନ ମଣ୍ଡଳୀରେ
– ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ୭୫.୯୪ ପ୍ରତିଶତ ଓ ୨୦୧୯ ନିର୍ବାଚନରେ ୭୩.୬୮ ପ୍ରତିଶତ ମତଦାନ ହୋଇଥିଲା
– ୨୦୧୯ ସାଧାରଣ ନିର୍ବାଚନରେ ଏଠି ଦେଖିବାକୁ ମିଳିଥିଲା ତ୍ରୀମୁଖୀ ଲଢେଇ । ବିଜେଡି ପ୍ରାର୍ଥୀ ସମ୍ବିତଙ୍କୁ ୬୯ହଜାର ୮୭୧ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲଙ୍କୁ ମିଳିଥିଲା ୪୮ହଜାର ୮୭୯ଟି ଭୋଟ । ସେହିଭଳି ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁଙ୍କୁ ମିଳିଥିଲା ମୋଟ ୩୫ ହଜାର ୩୭ଟି ଭୋଟ ।
– ୨୦,୯୯୨ ଭୋଟର ବିଶାଳ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲଙ୍କୁ ମାତଦେଇ ପ୍ରଥମ ଥର ପାଇଁ ପାରାଦୀପର ବିଧାୟକ ସାଜିଥିଲେ ସମ୍ବିତ ରାଉତରାୟ ।

ପାରାଦୀପ ବିଧାନସଭା ଆସନ ସହ ଗତ ୨୦୧୯ ନିର୍ବାଚନରେ ଫଳାଫଳ ବିଷୟରେ ତ ଜାଣିଲେ । ଏବେ ଆସନ୍ତୁ ଜାଣିିବା ବିଧାୟକଙ୍କ ପାରିବାରିକ ଜୀବନ ବିଷୟରେ । ବିଧାୟକ ହେବା ପୁର୍ବରୁ ସମ୍ବିତ କଣ କରୁଥିଲେ । ତାଙ୍କ ବାଲ୍ୟ ଜୀବନ ଓ ପାରିବାରିକ ଜୀବନ କେମିତି ଥିଲା। କେମିତିଥିଲା ତାଙ୍କର ରାଜନୈତିକ ଯାତ୍ରା । ଆର୍ଥିକ ଭାବେ ସେ କେତେ ସ୍ୱଚ୍ଛଳ ଏବଂ ତାଙ୍କ ନାଁରେ ରହିଛି କେଉଁ କେଉଁ ଅପରାଧିକ ମାମଲା ।

  • ସମ୍ବିତ ରାଉତରାୟ

– ୨୧ ମାର୍ଚ୍ଚ ୧୯୭୩ ମସିହାରେ ଜନ୍ମଗ୍ରହଣ କରିଥିିଲେ ସମ୍ବିତ ।
– ବାପା ଡାକ୍ତର ଦାମୋଦର ରାଉତ ଓ ମା ସ୍ୱର୍ଗତଃ ସ୍ନେହା ମହାପାତ୍ର
– ସମ୍ବିତ୍ ବେଙ୍ଗଲୋରସ୍ଥିତ ସିଦ୍ଧଗଙ୍ଗା ଇଂଜିନିୟରିଂ କଲେଜରୁ ୧୯୯୫ ମସିହାରେ ମେକାନିକାଲ ଇଂଜିନିୟରିଂରେ ବି-ଟେକ ପାସ କରିଛନ୍ତି
– ପାଠପଢା ପରେ ସେ କିଛି ଦିନ ପାଇଁ ବିଜନେସ ବି କରିଥିଲେ କିନ୍ତୁ ସେଥିରେ ସଫଳ ହୋଇନଥିଲେ ।
– ଗୀତ ଗାଇବାକୁ ଖୁବ ଭଲ ପାଅନ୍ତି ସମ୍ବିତ୍
– ସମ୍ବିତଙ୍କ ଧର୍ମପତ୍ନୀ ହେଉଛନ୍ତି ଶ୍ରୀମତି ଗୀତାଞ୍ଜଳୀ ରାଉତରାୟ ସେ ମଧ୍ୟ ଜଣେ ବ୍ୟବସାୟୀ ଏବଂ ତାଙ୍କର ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି
– ସମ୍ବିତଙ୍କ ଘର ଠିକଣା ହେଉଛି ପାରାଦୀପ ହାଉସିଂ ବୋର୍ଡ କଲୋନୀ, ପୋଷ୍ଟ- ମଧୂବନ, ପାରାଦୀପ, ଜିଲ୍ଲା ଜଗତସିଂପୁର, ପିନ- ୭୫୪୧୪୨
– ସମ୍ବିତଙ୍କ ନିକଟରେ ୨କୋଟି ୫୦ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା ବେଳେ ସେ ପାଖାପାଖି ୨୫ଲକ୍ଷ ଟଙ୍କାର ବ୍ୟାଙ୍କ ଲୋନ ନେଇଛନ୍ତି । ଏବଂ ରାଜ୍ୟର କୋଟିପତି ବିଧାୟକଙ୍କ ଭିତରୁ ସେ ଅନ୍ୟତମ ।
– ତାଙ୍କ ନାଁରେ ୩ଟି ସଂଗୀନ ଅପରାଧିକ ମାମଲା ରହିଛି ।

ରାଜନୀତି ଓ ବିବାଦ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି । କୌଣସି ପ୍ରସଙ୍ଗକୁ ନେଇ କେତେବେଳେ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡେ ତ ଏହାକୁ ନେଇ କେତେବେଳେ ସାଧରାଣ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡେ । କେତେବଳେ କୌଣସି ପ୍ରସଙ୍ଗ ଜନ ପ୍ରତିନିଧିଙ୍କୁ ପ୍ରଶଂସାରେ ପୋତି ପକାଏ ତ କେତେବେଳେ ଛବିକୁ ସର୍ବସାଧାରଣରେମଳିନ କରିଦିଏ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ କାରଣ ପାଇଁ ବିବାଦ ଭିତରକୁ ଆସିଥିଲେ ସମ୍ବିତ ରାଉତରାୟ ଆଉ କେଉଁ ପ୍ରସଙ୍ଗ ତାଙ୍କୁ ରାଜନୈତିକ ମଇଦାନରେ ବେଶ ମାଇଲେଜ ଦେଇଥିଲା ।

  • ସମ୍ବିତଙ୍କ ବିବାଦ ଓ ସଫଳତା

– ପାରାଦୀପ ବିଧାୟକ ଅପେକ୍ଷା ସମ୍ବିତଙ୍କୁ ଦାମ ରାଉତଙ୍କ ପୁଅ ଭାବରେ ଅଧିକ ଲୋକ ଜାଣନ୍ତି । ଓଡିଶାର ଜଣେ ବର୍ଷିୟାନ ରାଜନେତା ହେଉଛନ୍ତି ଡକ୍ଟର ଦାମୋଦର ରାଉତ । ରାଜନୀତିରେ ପାଖାପାଖି ୫୦ ବର୍ଷର ଅଭିଜ୍ଞତା । କଥାବାର୍ତ୍ତା ପୁରା ରୋକଠୋକ ଆଉ ସେଇ ଅମାନିଆ ତୁଣ୍ଡ ପାଇଁ ସେ ସବୁବେଳେ ଚର୍ଚ୍ଚାରେ । କିନ୍ତୁ ତାଙ୍କ ପୁଅ ସମ୍ବିତ କିନ୍ତୁ ସବୁବେଳେ ମାପିଚୁପି କଥାବାର୍ତ୍ତା କରନ୍ତି । ଶାନ୍ତ ସରଳ ସମ୍ବିତ ଅନେକ ଜାଗସଜାଗ ରହିଲା ପରେ ବି ଅନେକ ଥର ଚାଲି ଆସିଛନ୍ତି ବିବାଦ ଭିତରକୁ । ଖାସ କରି ପାରାଦୀପ ବିଧାନସଭା ଆସନ ପାଇଁ ପୁର୍ବତନ କଟକି ବିଧାୟକ ଦେବାଶିଶ ସାମନ୍ତରାୟଙ୍କ ଶୀତଳ ଯୁଦ୍ଧ ତାଙ୍କୁ ଅଡୁଆରେ ପକାଇଛି ।ଖାଲି ସେତିକି ନୁହେଁ ଦାମଙ୍କ ଜଣେ ଖାସ ଅନୁଗତ ବସନ୍ତ ବିଶ୍ୱାଳଙ୍କ ସହ ବି ସମ୍ବିତଙ୍କ ଆଉ ପଡୁନାହିଁ ବୋଲି ଏବେ ପ୍ରବଳ ଚର୍ଚ୍ଚା । କୁଆଡେ ଉକ୍ତ ନେତାଙ୍କ ପୁଅ ବାହାଘରକୁ ମଧ୍ୟ ଦାମ ବାବୁ କି ସମ୍ବିତ ବାବୁ ନଆସିବାକୁ ନେଇ ବହେ ଗମାତ ଚାଲିଥିଲା ସ୍ଥାନୀୟ ଅଞ୍ଚଳରେ । ଏପରିକି ମୁନସିପାଲିଟି ନିର୍ବାଚନରେ ହୋଇଥିବା କ୍ରସ ଭୋଟିଂ ପାଇଁ ଦଳ ଭିତରେ ସମ୍ବିତଙ୍କ ଭାବମୁର୍ତ୍ତୀ ନିଜ ଦଳରେ ମଧ୍ୟ ମଳିନ ପଡିଯାଇଥିବା କୁହାଯାଉଛି । ବିଶୁଆଳୀ ଭୁତମୁଣ୍ଡେଇ, ନୂଆଗଡ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ସମାଧାନ ହୋଇନଥିବା ବେଳେ ଭୁତମୁଣ୍ଡେଇ ପୋଲ ସମସ୍ୟା ବି ହଇରାଣ କରୁଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏବେ ଆସନ୍ତୁ ନଜର ପକାଇବା ପାରାଦୀପରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଉପରେ

– କୁଜଙ୍ଗ ରାହମା ଅଞ୍ଚଳ ସହ ସମ୍ବିତଙ୍କ ନିର୍ବାଚନମଣ୍ଡଳୀର ଅଧିକାଂଶ ରାସ୍ତାରେ ବିଦ୍ୟୁତିକରଣ ସହ ପୋଲ ନିର୍ମାଣ, । ୫ଟି ଅଧିନରେ ସ୍କୁଲ ଓ କଲେଜଗୁଡିର ରୁପାନ୍ତରୀକରଣ ହୋଇଛି । ବିଭିନ୍ନ କମ୍ୟୁନିଟି ସେଣ୍ଟର ସହିତ ପାରଦୀପ ମୁନସିପାଲଟିର କିଛି ଉନ୍ନତି କରଣ କାମକୁ ବି ଉଦଘାଟନ କରିଛନ୍ତି ବିଧାୟକ ସମ୍ବିତ ରାଉତରାୟ । ଏପରିକି ନିର୍ବାଚନମଣ୍ଡଳୀର ଲୋକଙ୍କ ସମସ୍ୟା ବୁଝିବାକୁ ବି ସେ ନିଜେ ହସପିଟାଲରେ ପହଞ୍ଚୁଥିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପାରଦୀପ ବିଧାୟକ । ତେବେ ବିଖାସମୁଳକ କାମକୁ ଦେଖିଲେ ସମ୍ବିତଙ୍କ ପରଫରମାନ୍ସ ଆଭରେଜ ହିଁ କୁହାଯିବ ।

ସାଧାରଣତଃ ପଞ୍ଚାୟତ ଓ ପୌର ନିର୍ବାଚନ ଲଢାଯାଇଥାଏ ସ୍ଥାନୀୟ ବିଧାୟକ କିମ୍ବା ବିଧାୟିକାଙ୍କ ତତ୍ତ୍ୱାବଧାନରେ । ଆଉ ସଫଳତା ବ ବିଫଳତାର ଶ୍ରେୟ ଯାଇଥାଏ ତାଙ୍କରି ମୁଣ୍ଡକୁ । ୨୦୨୨ରେ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ସମ୍ବିତଙ୍କ ନେତୃତ୍ୱରେ ଲଢିଥିଲା ବିଜେଡି । ତେବେ ଆସନ୍ତୁ ନଜର ପକାଇବା କେମିତି ଥିଲା ପାରାଦୀପରେ ସମ୍ବିତଙ୍କ ପରଫରମାନ୍ସ ।

  • ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନ

– ପାରାଦୀପ ନିର୍ବାଚନ ମଣ୍ଡଳୀରେ କୁଜଙ୍ଗ ବ୍ଲକ ସହିତ ତିର୍ତ୍ତେଲ ବ୍ଲକର କିଛି ପଞ୍ଚାୟତ ଓ ଗୋଟିଏ ମୁନିସିପାଲିଟି ରହିଛି ।
– କୁଜଙ୍ଗ ବ୍ଲକ ଅଧିନ ୪ଟି ଜିଲ୍ଲା ପରିଷଦ ଜୋନରୁ ୪ଟି ଯାକ ଆସନରେ ବାଜି ମାରି ନେଇଥିଲା ବିଜେଡି
– ତିର୍ତ୍ତୋଲ ବ୍ଲକ ଅଧିନ ୩ଟି ଜିଲ୍ଲା ପରିଷଦ ଜୋନରେ ମଧ୍ୟ ୩ଟିଯାକ ଆସନକୁ କ୍ଲିନ ସ୍ୱିପ କରି ନେଇଥିଲା ବିଜେଡି
– କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ନିନା ରାଣୀ ସାହୁ
– ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ ମନୋଜ ବେହେରା
– ପାରାଦୀପ ମୁନସିପାଲଟିରେ ହୋଇଥିବା ପୌର ନିର୍ବାଚନରେ୧୯ଟି ୱାର୍ଡରୁ ୯ଟିରେ ବିଜେଡି, ବିଜେପି ୩ଟି, କଂଗ୍ରେସ ଗୋଟିଏ ଏବଂ ସ୍ୱାଧିନ ପ୍ରାର୍ଥୀ ଜିତିଥିଲେ ୮ଟି ୱାର୍ଡ ।
– ବିଜେଡି ପ୍ରାର୍ଥୀ ବସନ୍ତ ବିଶ୍ୱାଳ ହୋଇଥିଲେ ପାରାଦୀପ ମୁନସିପାଲିଟି ଅଧ୍ୟକ୍ଷ
– ଜିଲ୍ଲା ପରିଷଦରେ ବିଜେଡି କ୍ଲିନ ସ୍ୱିପ କରିଥିବା ବେଳେ ମୁନସିପାଲଟିରେ ସେତେ ଭଲ ରେଜଲ୍ଟ କରିପାରିନଥିଲା ଦଳ । ଯେଉଁଥି ପାଇଁ ବ୍ୟାକଫୁଟରେ ରହିଗଲେ ସମ୍ବିତ । ଆଉ ଏଠି ତାଙ୍କ ପରଫମାନ୍ସକୁ ଆଭରେଜ ହିଁ କୁହାଯିବ।

ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର । ନିଜ ଅଞ୍ଚଳର ଅସୁବିଧା କୁ ନେଇ ସ୍ୱର ଉତ୍ତୋଳନ କରିବା ସହ ବିକାଶ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଲୋକେ ଜଣେ ପ୍ରତିନିଧିଙ୍କୁ ପଠାଇଥାନ୍ତି ବିଧାନସଭା । ଆଉ ଏଇଠି ଧରା ପଡିଯାଏ ଜଣେ ଜନପ୍ରତିନିଧିଙ୍କ ପାରିବା ପାଣିଆ । ତେବେ ଆସନ୍ତୁ ନଜର ପକାଇବା ସମ୍ବିତ ପାରାଦୀପର କେଉଁ କେଉଁ ପ୍ରସଙ୍ଗ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ଆଉ ବିଧାନସଭାରେ କେମିତି ଥିଲା ତାଙ୍କର ପରଫରମାନ୍ସ ।

  • ବିଧାୟକ ସମ୍ବିତ୍ ରାଉତରାୟ

ଷୋଡ଼ଶ ବିଧାନସଭାରେ ପାରଦୀପର ପ୍ରତିନିଧି ସାଜି ପବିତ୍ର ଗୃହରେ ପ୍ରଥମଥର ପାଇଁ ପାଦ ଦେଇଥିଲେ ସମ୍ବିତ ରାଉତରାୟ । ୨୦୧୯ରୁ ଆଜି ପର୍ଯ୍ୟନ୍ତ ସେ ତାଙ୍କର ୪ ବର୍ଷ କାର୍ଯ୍ୟକାଳ ଭିତରେ ୩ଟି ତାରକା ପ୍ରଶ୍ନ ପଚାରିଥିବା ବେଳେ ୨୦ରୁ ଉର୍ଦ୍ଧ ଅଣ ସଂରକ୍ଷିତ ପ୍ରଶ୍ନ ପଚାରିଛନ୍ତି । ଏହାରି ଭିତରେ ସ୍ଥାନୀୟ ପ୍ରସଙ୍ଗ ନେଇ ୮ରୁ ଅଧିକ ପ୍ରଶ୍ନ କରିଛନ୍ତି ବିଭାଗୀୟ ମନ୍ତ୍ରୀଙ୍କୁ । ପାରଦୀପରେ ଥିବା ଶିଳ୍ପ ସଂସ୍ଥାଗୁଡିକରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି । ବାଲିକୁଦ ସେତୁ, ହରିପୁର ସେତୁ, ଅସଂଖଳା ପୋଲ ନିର୍ମାଣ ନେଇ ସେ ପ୍ରଶ୍ନ କରିଥିଲେ ବିଭାଗୀୟ ମନ୍ତ୍ରୀଙ୍କୁ ଏହାସହ ପଣ୍ଡୁଆ-ବାଲଙ୍ଗା, କୁଜଙ୍ଗ-ଚଟୁଆ, ତିର୍ତ୍ତୋଲ-କୋଲର, ପଙ୍ଗପାଳ-ଗରେଇ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିଧାନସଭାରେ । ଏହାସହ ପାରଦୀପ ବସ୍ତିବାସିନ୍ଦାଙ୍କ ଥଇଥାନ ଓ ପାରଦୀପ ପ୍ଲାଣ୍ଟ ପାଇଁ ଜମିହରାଇଥିବା ଲେକଙ୍କ ପାଇଁ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ସେ ଅଭିଯୋଗ ଜଣାଇଥିଲେ । ବିଧାନସଭାରେ ସମ୍ବିତଙ୍କ ପରଫରମାନ୍ସ ଆଭରେଜ ରହିଛି ।

ରାଜନୀତିର ଅର୍ଥ ସାଧାରଣ ଲୋକଙ୍କ ସହିତ ଯୋଡି ହେବା ବା ମିଶିବା ଏବଂ ସେମାନଙ୍କ ସୁଖଦୁଃଖରେ ସାମିଲ ହେବା । ପୁର୍ବରୁ ଏଥିପାଇଁ ଲୋକଙ୍କୁ ଜନ ପ୍ରତିନିଧିଙ୍କ ପାଖକୁ ଯିବାକୁ ପଡୁଥିଲା କିମ୍ବ ଜନ ପ୍ରତିନିଧିଙ୍କୁ ଆସିବାକୁ ପଡୁଥିଲା ଜନତାଙ୍କ ପାଖକୁ । କିନ୍ତୁ ଏବେ ଟେକ୍ନୋଲୋଜି ଯୁଗରେ ସବୁ କିଛି ହାତ ପାହାନ୍ତାରେ । ଘରେ ବସି ଏକା ସାଙ୍ଗରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାସାଙ୍ଗରେ ଯୋଗାଯୋଗ କରିହେଉଛି ସୋସିଆଲ ମିଡିଆରେ । ତେବେ ଆସନ୍ତୁ ଦେଖିବା ସୋସିଆଲ ମିଡିଆରେ କେତେ ଆକ୍ଟିଭ ଆମ ବିଧାୟକ ସମ୍ବିତ ରାଉତରାୟ ।

  • ସୋସିଆଲ ମିଡିଆରେ ସମ୍ବିତ୍‌

ପ୍ରଥମେ ଦେଖିବା ଫେସବୁକ ପ୍ରୋଫାଇଲ । ଫେସବୁକରେ ବେଶ ଆକ୍ଟିଭ ଅଛନ୍ତି ସମ୍ବିତ ରାଉତରାୟ । ଫେସବୁକରେ ତାଙ୍କର ଦୁଇଟି ପ୍ରୋଫାଇଲ ରହିଛି । ଗୋଟିଏ ଆକାଉଣ୍ଟରେ ୧୦ ହଜାର ଫଲୋଅର ଥିଲେ କିନ୍ତୁ ତାହା ୨୦୧୯ ନିର୍ବାଚନ ପରଠାରୁ ଅପଡେଟ ହୋଇ ନାହିଁ । ସେପଟେ ଅନ୍ୟ ଏକ ଆକାଉଣ୍ଟରେ ୮ହଜାର ୫ଶହ ଫଲୋଅର ଅଛନ୍ତି । ଏଇ ଆକାଉଣ୍ଟରେ ସେ ଦିନେ ଦୁଇ ଦିନ ବ୍ୟବଧାନରେ ସେ ପୋଷ୍ଟ କରିଥାନ୍ତି । ବିଧାୟକ ସମ୍ବିତ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି ସତ କିନ୍ତୁ ଏଥିରେ ଏତେ ଆକ୍ଟିଭ ନାହାନ୍ତି । ଇନଷ୍ଟାରେ ତାଙ୍କର ପ୍ରାୟ ୧ହଜାର ଫଲେଅର ଥିବାବେଲେ ମାସକୁ ସେ ଗୋଟେ ଯୋଡେ ପୋଷ୍ଟ କରିଥାନ୍ତି । ସେହିଭଳି ଟ୍ୱିଟରରେ ସକ୍ରିୟ ପାରାଦୀପ ବିଧାୟକ । ଟ୍ୱିଟରରେ ତାଙ୍କର ପାଖାପାଖି ୪୨୦୦ ଫଲୋଅର ଅଛନ୍ତି । ଆଉ ମାସକୁ ପାଖାପଖି ୫-୬ଟି ପୋଷ୍ଟ କରିଥାନ୍ତି ସମ୍ବିତ । ଦେଖିବାକୁ ଗଲେ ସୋସିଆଲ ମିଡିଆରେ ସମ୍ବିତଙ୍କ ପରଫରମାନ୍ସ ଭଲ ରହିଛି ।

ଏଥର ରିପୋର୍ଟ କାର୍ଡରେ ଦେଖିଲେ ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟଙ୍କ ପରଫରମାନ୍ସ । ସମ୍ବିତଙ୍କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ । ଆଗାମୀ ରିପୋର୍ଟ କାର୍ଡରେ ଆଉ ଜଣେ ବିଧାୟକଙ୍କ ପରଫରମାନ୍ସ ଉପରେ ଦେବୁ ଟିକନିକ ତଥ୍ୟ । ରହୁଛୁ ନମସ୍କାର ।

Related Articles

Back to top button
WP Twitter Auto Publish Powered By : XYZScripts.com