Featuredଓଡ଼ିଶା

କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର, ହାତରେ ଲାଗିଲା ଗୋଡ଼ର ଆଙ୍ଗୁଳି

ଭୁବନେଶ୍ୱର: କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ରୋଗୀର କଟିଯାଇଥିବା ଡାହାଣ ହାତରେ ଲାଗିଲା ବାମ ଗୋଡ଼ର ଆଙ୍ଗୁଳି। ଯାହା ଓଡ଼ିଶାର ପ୍ରଥମ ବୋଲି କୁହାଯାଉଛି। ମେଡିକାଲର ୮ ଜଣ ଦକ୍ଷ ଡକ୍ଟର ଏହି ବିରଳ ଅପରେସନରେ ସାମିଲ ଥିଲେ।

ଏହି ବିରଳ ଅସ୍ତ୍ରୋପଚାର ପରେ ଆଗାମୀ ଦିନରେ ସୀତାକାନ୍ତଙ୍କ କୌଣସି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବେନି ବୋଲି ଡାକ୍ତର କହିଛନ୍ତି । ସେହିପରି ଗୋଡ଼ ମଧ୍ୟ ପୂର୍ବ ପରି କାର୍ଯ୍ୟ କରିବ ବୋଲି ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ହାତର ବୁଢା ଆଙ୍ଗୁଳି ସମ୍ପୂର୍ଣ୍ଣ କଟି ଯାଇଥିଲା । ଯାହାକୁ ନେଇ ଉକ୍ତ କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ସୀତାକାନ୍ତଙ୍କୁ ଏସିବି ମେଡିକଲର ପ୍ଲାଷ୍ଟିକ ସର୍ଜରି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ କାଉନସିଲିଂ କରିବା ପରେ ଅପରେସନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ସୀତାକାନ୍ତ ବାରିକଙ୍କ ଡାହାଣ ଆଙ୍ଗୁଠି ମେସିନରେ କଟିଯିବା ଫଳରେ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଡାକ୍ତର ଦେଖିବା ପରେ ଅସ୍ତ୍ରୋପଚାର କରିବା ପାଇଁ କହିଥିଲେ। ଏଥିପାଇଁ ଗୋଡର ଗୋଟିଏ ଆଙ୍ଗୁଠିକୁ କାଟିବାକୁ ପଡିଥିଲା । ସଫଳତାର ସହ ଅସ୍ତ୍ରୋପଚାର ଶେଷ ହୋଇଥିବା ବେଳେ ଯୁବକ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com