ଜାତୀୟ

ନେତାଜୀ ଜୟନ୍ତୀ ଜାନୁଆରି ୨୩ରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ

ନୂଆଦିଲ୍ଲୀ() ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀକୁ ସାମିଲ କରାଯାଇ ଜାନୁଆରି ୨୪ ତାରିଖ ପରିବର୍ତ୍ତେ ଏଥର ଠାରୁ ଜାନୁଆରି ୨୩ ତାରିଖର ସାଧାରଣତନ୍ତ୍ର ପାଳନ ଉତ୍ସବ ଆରମ୍ଭ କରାଯିବ ବୋଲି ସରକାରୀସୂତ୍ରରୁ ସୂଚନା ମିଳିଛି। ନେତାଜୀ ନାମରେ ସୁପରିଚିତ ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରି ୨୩ ତାରିଖରେ ଓଡ଼ିଶାର କଟକ ସହର ଅନ୍ତର୍ଗତ ଓଡ଼ିଆ ବଜାରରେ ଜନ୍ମ ଗ୍ରହଣ କରିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଆମ ଇତିହାସ ଏବଂ ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଘଟଣାଗୁଡ଼ିକୁ ପାଳନ କରିବା ନିମନ୍ତେ ନରେନ୍ଦ୍ର ମୋଦୀଙ୍କ ସରକାର ଦେଉଥିବା ଧ୍ୟାନ ଉପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ‘ପରାକ୍ରମ ଦିବସ’ ଭାବେ ସରକାର ପାଳନ କରି ଆସୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com