ଓଡ଼ିଶା
ସ୍ବାମୀ ଆଗରେ ଚାଲିଗଲା ପତ୍ନୀଙ୍କ ଜୀବନ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
![](https://i0.wp.com/odia.mobilenews24x7.com/wp-content/uploads/2022/01/dba86774aee57a8d57faf3250a3e86b6290aac07246269a505bcc0408f3b8f0d.webp?resize=650%2C350&ssl=1)
ବୌଦ୍ଧ() ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ। ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥ ମନମୁଣ୍ଡା ଥାନା ଗୁଦ୍ ଗୁଦା ହାଟ ପୋଲ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ବୌଦ୍ଧ ବ୍ଲକ୍ ପୁଡ଼ଗା ପଥର ଗ୍ରାମର ନୁଆଦେଇ କୁମ୍ଭାର ନିଜ ସ୍ବାମୀ ସହ ହାଟ ସାରି ସାଇକେଲରେ ଘରକୁ ଫେରୁଥିଲେ।
ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥ ମନମୁଣ୍ଡା ଥାନା ଗୁଦ୍ ଗୁଦା ହାଟ ପୋଲ ନିକଟରେ ଏକ କାର ସାଇକେଲକୁ ଧକ୍କା ଦେଇଥିଲା। କାର ଧକ୍କାରେ ନୂଆଦେଇଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ଗୁରୁତର ସ୍ବାମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।