କ୍ରୀଡ଼ା

ଇତିହାସ ରଚିଲେ ଜାଡେଜା: ଶ୍ରୀଲଙ୍କା ୧୭୪ରେ ଅଲଆଉଟ୍, ଫଲୋଅନ୍ ପରେ ମ୍ୟାଚ ବଞ୍ଚାଇବାକୁ ସିଂହଳିର ସଂଘର୍ଷ

ନୂଆଦିଲ୍ଲୀ () ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଆଜି ହେଉଛି ତୃତୀୟ ଦିବସ । ପୂର୍ବରୁ ଭାରତ ବ୍ୟାଟିଂରେ ମଜବୁତ ସ୍ଥିତିରେ ରହିଥିବା ଆଜି ପୁଣି ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିଛି । ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସରେ ମାତ୍ର ୧୭୪ ରନରେ ଅଲଆଉଟ ହୋଇଛି । ଫଳରେ ଏହି ଟେଷ୍ଟ ଏବେ ଭାରତର ନିୟନ୍ତ୍ରଣକୁ ଆସିଯାଇଛି । ପୂର୍ବରୁ ଭାରତ ୫୭୪/୮ରେ ଇନିଂସ ଘୋଷଣା କରିଥିଲ ।ା ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୧୭୫ ରନ ପରି ଅପରାଜିତ ରହିଥିଲେ ।

ତେବେ ଆଜି ମଧ୍ୟ ଜାଡେଜା ନିଜର କମାଲ୍ ଦେଖାଇଛନ୍ତି । ସେ ୫ଟି ୱିକେଟ ନେଇ ସିଂହଳୀର ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମ୍ରା ୨ଟି ଲେଖାଏଁ, ମହମ୍ମଦ ଶାମି ଗୋଟିଏ ୱିକେଟ ହାସଲ କରିଥିଲେ । ଅପରପକ୍ଷେ ଫଲୋଅନର ଶିକାର ହେବା ପରେ ଶ୍ରୀଲଙ୍କା ଏବେ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ଝଟକା ପାଇଛି । ଦଳ ୪ ଓଭରରେ ୧୦ ରନରେ ଲାହିରୁ ଥିରିମାନ୍ନେଙ୍କ ୱିକେଟ ହରାଇଛି ।

ଚଳିତ ଟେଷ୍ଟର ପ୍ରଥମ ଇନିଂସରେ ବଡ଼ ସ୍କୋର କରିଥିବା ଜାଡେଜା ବୋଲିଂରେ ମଧ୍ୟ ଯାଦୁ ଦେଖାଇଛନ୍ତି । ଏହି ଶାନଦାର ପ୍ରଦର୍ଶନ ପାଇଁ ଜାଡେଜା କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ପୂର୍ବରୁ ସେ ୧୦ ଥର ୫ ୱିକେଟ ନେଇସାରିଛନ୍ତି । ବିଶ୍ୱର ଷଷ୍ଠ ଓ ତୃତୀୟ ଭାରତୀୟ ଖେଳାଳି ଭାବେ ସେ ୧୫୦ରୁ ଅଧିକ ରନ ସହ ୫ ୱିକେଟ ହାସଲ କରିବାର ଗୌରବ ଲାଭ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com