ଓଡ଼ିଶା

‘ନାଳନ୍ଦା’ରେ ଅନ୍ତର୍ଜାତୀୟସ୍ତରର କମ୍ପାନୀ ‘ସିସ୍ ଫାୟାର’ର କ୍ୟାମ୍ପସ ଚୟନ

ଭୁବନେଶ୍ବର() ଗତ ଦୁଇଦିନ ଧରି ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଅନ୍ତର୍ଜାତୀୟ ସ୍ତରର ସିସ୍ ଫାୟାର କମ୍ପାନୀ କ୍ୟାମ୍ପସ ଚୟନ ଆରମ୍ଭ କରିଥିଲା। କମ୍ପାନୀର ସେଲସ୍ ଏବଂ ଇନୋଭେସନ୍ ସଭାପତି ଦିଲ୍ଲୀପ ଭଗୱାନୀଙ୍କ ନେତୃତ୍ୱରେ ହୋଇଥିଲା ଚୟନ ପ୍ରକ୍ରିୟା । ଏହି କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ନାଳନ୍ଦାର ମେକାନିକାଲ୍, ଇଲେକ୍ଟ୍ରିକାଲ ଏବଂ ସିଭିଲ୍ ଇଂଜିନିୟରିଂ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

କମ୍ପାନୀର ସଭାପତି ଛାତ୍ରଛାତ୍ରୀମାନଙ୍କୁ ସିସ୍ ଫାୟାର ଟେକ୍ନୋଲୋଜି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ଏବଂ ସିସ୍ ଫାୟାରର ନୂଆ ଅତ୍ୟାଧୁନିକ ଟେକ୍ନୋଲୋଜିକୁ କିପରି ଆଗକୁ ନେଇଛି, ତାହା ବକ୍ତବ୍ୟ ମାଧ୍ୟମରେ ଜଣାଇଥିଲେ । ତେବେ ଏହି ଚୟନ ପ୍ରକ୍ରିୟାରେ କମ୍ପାନୀ ୫ଜଣ ଛାତ୍ରଙ୍କୁ କ୍ୟାମ୍ପସରୁ ଚୟନ କରିଥିଲା । ନୂଆ ଟେକ୍ନୋଲୋଜିକୁ ଆପଣେଇଥିବାରୁ ଛାତ୍ରଛାତ୍ରୀଙ୍କର ଏହା ଉଚିତ୍ ପରିଶ୍ରମର ଫଳ ବୋଲି କହିଥିଲେ । ଚୟନ ପ୍ରକ୍ରିୟାରେ ନାଳନ୍ଦାର ଅଧ୍ୟକ୍ଷ ଡ. ଏନ.ଏସ୍.କେ ରାୟ ଉପସ୍ଥିତ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com