ଓଡ଼ିଶା

ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

କାମାକ୍ଷାନଗର () ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ଟଙ୍କା ଲୁଟ୍‌। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନରେ। ଏହି ଥାନା ଅଧୀନ ପରମହଂସ ଛକ ନିକଟରେ ଥିବା ମାଆ ଫୁଏଲସ’ର ମ୍ୟାନେଜର ସଞ୍ଜୟ କୁମାର ସାହୁ ଏକ ଏୟାର ବ୍ୟାଗରେ ୨ ଲକ୍ଷ ୭୫ ହଜାର ଟଙ୍କା ନେଇ ତାଳଚେର ଅଭିମୁଖେ ଯାଉଥିଲେ। ପେଟ୍ରୋଲ ପମ୍ପଠାରୁ ମାତ୍ର ୫ ଶହ ମିଟର ଦୂର ଯାଇଥିବା ବେଳେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଫଲୋ କରିଥିଲେ। ପରେ ସେମାନେ ସଞ୍ଜୟଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ସଞ୍ଜୟ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପାଖରେ ଖସି ପଡ଼ିଥିଲେ। ଆଉ ଏହାର ସୁଯୋଗ ନେଇ କଳା ପଲସରରେ ଆସିଥିବା ଦୁଇ ଦୁର୍ବୃତ୍ତ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ପଳାଇଥିଲେ। ଦୁଇ ଦୁର୍ବୃତ୍ତଙ୍କ ପାଖରେ ବନ୍ଧୁକ ଓ ଭୁଜାଲି ଥିଲା। ଅଭିଯୋଗ ପାଇବା ପରେ ପରଜଙ୍ଗ ପୁଲିସ୍ ଘଟଣାସ୍ଥଳରେ ଯାଇ ଯାଞ୍ଚ କରିବା ସହିତ ଘଟଣାର ଖୋଳତାଡ଼ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com