Featuredଓଡ଼ିଶାରାଜନୀତି

ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ସାମ୍ବିଧାନିକ ପଦର ଗାରିମାକୁ ନଷ୍ଟ କରିଛି ବିଜେଡି : ସୋନାଲୀ ସାହୁ

ଭୁବନେଶ୍ୱର: ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ବିଜୁ ଜନତା ଦଳର ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ପାଗଳ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଦ୍ୱାରା ସାମ୍ବିଧାନିକ ପଦର ଗାରିମାକୁ ନଷ୍ଟ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି ।

କୋଇଲା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଏବଂ ଚିଟ୍‌ଫଣ୍ଡ ଦୁର୍ନୀତିରେ ତାଙ୍କ କାର୍ଯ୍ୟାଳୟର ସଂପୃକ୍ତି ବିଷୟରେ ଓଡିଶାବାସୀଙ୍କୁ ଅଛପା ନାହିଁ । ସେହିପରି ୧୧୧ ଜଣ ବିଜେଡି ନେତା ଓ ମନ୍ତ୍ରୀଙ୍କ ବିରୋଧରେ ୧୭୪ଟି କେସ୍ ରହିଛି । ସେ ମଧ୍ୟରୁ ୧୫୧ଟି ସଂଗୀନ ଦଫା ରହିଛି । ୫୩୬ଟି ବିଭିନ୍ନ ଅପରାଧିକ ମାମଲା ରହିଛି । ୪୦ ଜଣ ବିଜେଡି ବିଧାୟକଙ୍କ ଉପରେ ଅପରାଧିକ ମାମଲା; ୬ ଜଣ ବିଧାୟକଙ୍କ ବିରୋଧରେ ହତ୍ୟା ଅଭିଯୋଗ; ୨ ଜଣ ବିଧାୟକଙ୍କ ବିରୋଧରେ ଡକାୟତି; ୯ ଜଣ ବିଧାୟକଙ୍କ ବିରୋଧରେ ଚୋରୀ; ୪ ଜଣ ବିଧାୟକଙ୍କ ବିରୋଧରେ ଲାଂଚ ନେବା; ୨୮ ଜଣ ବିଧାୟକଙ୍କ ବିରୋଧରେ ଧମକ୍ ଦେବା; ୫ ଜଣ ବିଧାୟକଙ୍କ ବିରୋଧରେ ମହିଳା ଅସଦାଚରଣ; ୧ ବିଧାୟକଙ୍କ ବିରୋଧରେ ବଳାତ୍କାର; ୪ ଜଣ ବିଧାୟକଙ୍କ ବିରୋଧରେ ଅପହରଣ ଭଳି ସଂଗୀନ ଅଭିଯୋଗ ରହିଛି। କାହାକୁ ଆକ୍ଷେପ କରିବା ପୂର୍ବରୁ ବିଜୁ ଜନତା ଦଳର ନେତାମାନେ ନିଜ ଦଳର ନେତା ଓ ମନ୍ତ୍ରୀଙ୍କ ବିଷୟରେ ଜାଣିବା ଉଚିତ୍ ବୋଲି କହିଛନ୍ତି ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅସୁସ୍ଥ ଥିବା ସତ୍ୱେ ବିଧାନସଭାକୁ ଆସି ନିଜ ସାମ୍ବିଧାନିକ ଦାୟୀତ୍ୱ ନିର୍ବାହ କରୁଛନ୍ତି । ଅନ୍ୟ ପଟେ ଦଳୀୟ କାର୍ଯ୍ୟରେ ଯୋଗ ଦେବା ପାଇଁ ବିଭିନ୍ନ ସ୍ଥାନ ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିବା ପାଇଁ କୁଂଠାବୋଧ କରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

କରୋନା ସଂକଟ ଦୁର ହେବା ପରେ ମଧ୍ୟ ବିଧାନସଭାରେ କଟକଣା କାହା ପାଇଁ ରହିଛି ? ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିବା ଲୋକ ସେବା ଭବନ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ରମା ଦେବୀ ବିଶ୍ୱ ବିଦ୍ୟାଳୟ / ଉତ୍କଳ ସଂଗୀତ ମହାବିଦ୍ୟାଳୟ / ଏନ୍‌ଆର୍‌ଆର୍‌ଆଇ – କଟକ ଆଦି ସ୍ଥାନରେ ଗଣମାଧ୍ୟମ ପ୍ରବେଶ ବାରଣ କରାଯାଇଥିଲା । ଯେଉଁ ଯେଉଁ ସ୍ଥାନକୁ ମୁଖ୍ୟମନ୍ତ୍ରୀ ଯାଉଛନ୍ତି, ସେହି ସ୍ଥାନମାନଙ୍କରେ ଗଣମାଧ୍ୟମ ପ୍ରବେଶ ଉପରେ ରୋକ୍ ଲଗାଯାଉଛି । ଏପରିକି ଗତ କାଲି ବିଧାନସଭା ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଯାଉଥିବା ସ୍ଥାନରେ କିଛି କହୁନାହାନ୍ତି ବା ଅଳ୍ପ କିଛି ଲେଖାକୁ ପଢି ଦେଇ ମଂଚରୁ ଓହ୍ଲାଇ ଆସୁଛନ୍ତି । ପ୍ରତ୍ୟେକ ସ୍ଥାନରେ ୫-ଟି ସଚିବଙ୍କ ଉପସ୍ଥିତିକୁ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ତ ବୋଲି ଵିକେପି ରାଜ୍ୟ ମୁଖପାତ୍ର ପ୍ରଶ୍ନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com