ଅନ୍ୟାନ୍ୟ

ସନ୍ତାନ ଆଶାରେ ମଣିଷ ବଳୀ , ନାବାଳିକାକୁ ବଳୀ ଦେଲେ ନଃସନ୍ତାନ ଦମ୍ପତ୍ତି

ସ୍ୱାର୍ଥ ପାଇଁ ପଶୁ ପାଲଟି ଯାଉଛି ମଣିଷ । କିନ୍ତୁ ଘଟଣା ଶୁଣିଲେ ଆପଣ ବି ବିଶ୍ୱାସ କରିପାରିବେନି ସତରେ କଣ ଜଣେ ମଣିଷ ଏତେ ତଳକୁ ଖସିପାରେ । ସନ୍ତାନ ହେବା ଆଶରେ ଦିଆଯାଇଛି ଶିଶୁ ବଳୀ । ଯୁଗ ଯାଇ କେଉଁଠି ପହଞ୍ଚିଲାଣି କିନ୍ତୁ ଏବେ ବି ଲୋକେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁ ନାହାନ୍ତି । ଗୁଣି ଗାରେଡ଼ି ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରି ଆଜି ବି ଦିଆଯାଉଛି ମଣିଷ ବଳୀ । ପଶ୍ଚିମବଙ୍ଗ ତିଲଜଲାର ଏମିତି ଏକ ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ । ବିହାର ସମସ୍ତିପୁରର ବାସିନ୍ଦା ଆଲୋକ କୁମାର ନିଜ ପତ୍ନୀଙ୍କ ସହ ରୁହନ୍ତି। ବିବାହାର ଦୀର୍ଘ ବର୍ଷ ପରେ ବି ସୋନଙ୍କର କୌଣସି ସନ୍ତାନ ହେଉନଥିଲେ । ଏଥିନେଇ ଜଣେ ତାନ୍ତ୍ରିକର ପରାମର୍ଶରେ ସେ ନରବଳି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ରବିବାର ସକାଳେ ଅଳିଆ ଫିଙ୍ଗିବାକୁ ଆସିଥିବା ୭ ବର୍ଷୀୟା ପଡ଼ୋଶୀ ଝିଅକୁ କିଡ଼ନାପ୍ କରି କରି ତାକୁ ବଳୀ ୋଦଇଥିଲେ । ହତ୍ୟାକରିବା ପରେ ସେ ଫୋନରେ ତାନ୍ତ୍ରିକ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା । ଅନ୍ୟପକ୍ଷରେ ଝିଅ ନିଖୋଜ ଖବର ଘରଲୋକେ ପୁଲିସକୁ ଦେଇଥିଲେ। ପୁଲିସ ଫ୍ଲାଟରେ ପହଞ୍ଚି ପଡ଼ୋଶୀମାନଙ୍କୁ ପଚରା ଉଚରା କରିଥିଲା। ସନ୍ଦେହରେ ପୋଲିସ୍ ଆଲୋକକୁ ପଚାରିବା ପରେ ସେ ସବୁ ସତ ମାନି ଯାଇଥିଲା। ପୁଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଲୋକକୁ ଗିରଫ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com