ଓଡ଼ିଶା

ଆଇଏସଓ ମାନ୍ୟତା ପାଇଲା ପାଟପୁର ଥାନା

ବ୍ରହ୍ମପୁର   :  ୨୮/୦୮  ଉତ୍ତମ ସାଧାରଣ ସୁରକ୍ଷା ସେବା ପ୍ରଦାନକୁ ପ୍ରାଥମିକତା ଆଧାରରେ ଗଞ୍ଜାମ ପୋଲିସ ଜିଲ୍ଲାର ପାଟପୁର ଥାନା ଆଇଏସଓ ମାନ୍ୟତାପ୍ରାପ୍ତ ପାଇଛି । ଇଣ୍ଟରନ୍ୟାସନାଲ ଆକ୍ୟୁରେଟ୍ ସାର୍ଟିଫିକେସନ ସଂସ୍ଥା ଶୁକ୍ରବର ଦିନ ପାଟପୁର ଥାନାକୁ ଏହି ମାନ୍ୟତା ପ୍ରଦାନ କରିଥିବା ନେଇ ସୂଚନା ଦେଇଛି । ଜିଲ୍ଲାର ପୁରାତନ ଥାନା ହିସାବରେ ୧୯୧୧ ମସିହାରେ ବ୍ରିଟିଶ ଅମଳରୁ ନିର୍ମିତ ଏହି ଥାନା ଅଧୀନ ଅଞ୍ଚଳରେ ତତ୍କାଳୀନ ସମୟ ଠାରୁ ବର୍ତ୍ତମାନ ତିନିଗୋଟି ଥାନା ହୋଇଥିବା ବେଳେ ସମ୍ପ୍ରତି ପାଟପୁର ଥାନା ଅଧୀନରେ ଏକ ମାତ୍ର ପୋଡାମାରି ଫାଣ୍ତି ରହିଛି । ୨୭ଗୋଟି ପଂଚାୟତ ୧୪୧ ଖଣ୍ଡ ରାଜସ୍ଵ ଗ୍ରାମର ପାଖାପାଖି ୧ ଲକ୍ଷ ୬୭ ହଜାର ୫୮୧ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଭାବେ ନିଃସ୍ଵାର୍ଥପର ସେବା ଯୋଗାଇ ଆସୁଛି । ଗଞ୍ଜାମ – ଗଜପତି ସୀମାନ୍ତ ଅଞ୍ଚଳରୁ ବିଭିନ୍ନ ସମୟରେ ଗଞ୍ଜେଇ ଚାଲାଣ , ବେଆଇନ ମଦ , ଅବୈଧ କାଯ୍ୟକଳାପ , ନକଲି ଗୁଟଖା , ଅବୈଧ ପାନୀୟ ଜଳ ପେକିଂ କମ୍ପାନୀ , ନକଲି କୋକ ପାନୀୟ ଚଢ଼ାଉ ନେଇ ଅନେକ ସମୟରେ ପାଟପୁର ଥାନା ଉଭୟ ରାଜ୍ୟ ଓ ଜିଲ୍ଲା ପୋଲିସର ଆସ୍ଥାଭାଜନ ହୋଇପାରିଛି l ଗତ ବର୍ଷ ସ୍ଵାଧୀନତା ଦିବସ ପାଳନ ଅବସରରେ ସମ୍ପ୍ରତି କାର୍ଯ୍ୟରତ ପାଟପୁର ଥାନା ଅଧିକାରୀ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲଙ୍କୁ ନିଜର କାର୍ଯ୍ୟଦକ୍ଷତା ଓ କର୍ମ କୁଶଳତା ପାଇଁ ଓଡିଶା ପୋଲିସ ମହାନିର୍ଦେଶକଙ୍କ ଦ୍ୱାରା ପ୍ରଶଂସା ପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା l ଏହାସହ ନିକଟରେ ପାଟପୁର ଆମ ପୋଲିସ ସୌଜନ୍ୟରୁ ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗିତାରେ ଉତ୍ସାହର ସହ ସଫଳତା ଲକ୍ଷ୍ୟଧାର୍ଯ୍ୟ ହାସଲ ସହ ୪୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଯାହା ଓଡ଼ିଶାର ଆମ ପୋଲିସ ସମିତି ତଥା ଗଞ୍ଜାମ ପୋଲିସ ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଥିଲା l ଏହି ସଫଳତା ଜନସାଧାରଣଙ୍କ ପ୍ରତି ପାଟପୁର ପୋଲିସର ଥିବା ନିବିଡତାକୁ ସ୍ପଷ୍ଟ କରିଥିଲା । ପାଟପୁର ଥାନାକୁ ଆଇଏସଓ ମାନ୍ୟତା ପ୍ରାପ୍ତିରେ ସ୍ଥାନୀୟ ବୁଦ୍ଧିଜୀବୀ ଜନସାଧାରଣ ପାଟପୁର ପୋଲିସକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିବା ବେଳେ ଏନେଇ ପାଟପୁର ଥାନା ଅଧିକାରୀ ନିଜ ପ୍ରତିକ୍ରିୟାରେ ଅଞ୍ଚଳବାସୀଙ୍କ ପୋଲିସର ଦାୟିତ୍ଵ ନିର୍ବାହରେ ସହଯୋଗୀତାକୁ ଶ୍ରେୟ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com