ଓଡ଼ିଶା
ଲଭ୍, ସେକ୍ସ ଓ ଧୋକା: ବିଧବାଙ୍କ ସହିତ ଶାରୀରିକ ସମ୍ପର୍କ ପରେ ଚମ୍ପଟ ମାରିଲା ପ୍ରେମିକ
ଭୁବନେଶ୍ୱର() ପ୍ରଥମେ ବନ୍ଧୁତା, ବନ୍ଧୁତାରୁ ପ୍ରେମ ଆଉ ପ୍ରେମରୁ ବିବାହର ପ୍ରତିଶ୍ରୁତି ପରେ ପ୍ରତାରଣା ଦେଇ ଫେରାର ହେଲା ପ୍ରେମିକ । ପ୍ରତିଶ୍ରୁତି ଦେଇ ଏଭଳି ହୃଦୟ ଭାଙ୍ଗିବା ଭଳି ଖବର ରାଜଗାଙ୍ଗପୁରରୁ ଆସିଛି । ଏଠାରେ ଜଣେ ବିଧବାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ କହିଥିଲେ । ଏଥିରେ ମହିଳା ଜଣକ ରାଜି ନହେବାରୁ ତାଙ୍କ ଛାଡି ଚମ୍ପଟ ମାରିଛି ରସିକିଆ ପ୍ରେମିକ । ୨୦୨୧ରେ ଟ୍ରାନ୍ସପୋର୍ଟ କମ୍ପାନିରେ ବିରେନ୍ଦ୍ର ନାଥ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ସହ ମହିଳାଙ୍କର ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଯାଇଥିଲା । ଏହା ପରେ ଉଭୟ ଉଭୟଙ୍କପର ନିକଟତର ହୋଇଥିଲେ । ପ୍ରେମ ସମ୍ପର୍କ ଗଢ଼ି ଉଠିଲା ।