ଜାତୀୟ

୫୦୦ ଟଙ୍କା ପାଇଁ କଳି: ଚୁଟି ଟାଣିବା ସହ ପରସ୍ପରକୁ ବିଧା-ଗୋଇଠା ମାରିଲେ ୨ ମହିଳା ସ୍ୱାସ୍ଥ୍ୟକର୍ମୀ

ପାଟନା() ୫୦୦ ଟଙ୍କା ପାଇଁ କଳି | ଚୁଟି ଟାଣିବା ସହ ପରସ୍ପରକୁ ବିଧା-ଗୋଇଠା ମାରିଲେ ୨ ମହିଳା ସ୍ୱାସ୍ଥ୍ୟକର୍ମୀ | ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବିହାରର ଜାମୁଇ ଜିଲ୍ଲାରେ | ୫୦୦ଟଙ୍କା ପାଇଁ ୨ ମହିଳା ସ୍ୱାସ୍ଥ୍ୟକର୍ମୀ ଏଭଳି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଏହି ଘଟଣାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୨ ମହିଳା ସ୍ୱାସ୍ଥ୍ୟକର୍ମୀ ପରସ୍ପରକୁ ମାଡ଼ ମାରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି |

ସୂଚନା ମୁତାବକ, ରବିବାର ଦିନ ଆଶା କର୍ମୀ ରିଣ୍ଟୁ କୁମାରୀ ଏକ ନବଜାତ ଶିଶୁକୁ ବିସିଜି ଟିକାକରଣ ପାଇଁ ଏଏନଏମ ରଞ୍ଜନା କୁମାରୀଙ୍କ ପାଖକୁ ନେଇଥିଲେ | ସେଠାରେ ଟିକା ଦେବା ପାଇଁ ରଞ୍ଜନା ୫୦୦ଟଙ୍କା ମାଗିବାରୁ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା | ଚାହୁଁ ଚାହୁଁ ଦୁହିଁଙ୍କ ଝଗଡା ଏତେ ବଢିଗଲା ଯେ ଦୁହେଁ ପରସ୍ପରର ଚୁଟି ଟାଣିବା ସହ ପରସ୍ପରକୁ ବିଧା ଗୋଇଠା ମାରିଥିଲେ | ପରେ ଜଣେ ବ୍ୟକ୍ତି ଆସି ଦୁହିଁଙ୍କୁ ବୁଝା ସୁଝା କରିବା ପରେ ଝଗଡା ଶେଷ ହୋଇଥିଲା |

ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଡାକ୍ତରଖାନାର ବରିଷ୍ଠ ଅଧିକାରୀମାନେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କର୍ମଚାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com