ମନୋରଞ୍ଜନ

ହାସ୍ୟଭିନେତା ପ୍ରଜ୍ଞାଙ୍କ ସହ ଅଭିନେତ୍ରୀ ସୁନନ୍ଦାଙ୍କ ପଡିଲା ହାତଗଣ୍ଠି

ଭୁବନେଶ୍ବର () ଓଡିଶା ଲୋକପ୍ରିୟ ଓ ଚର୍ଚ୍ଚିତ ହାସ୍ୟରଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ସହ ପଡିଲା ହାତଗଣ୍ଠି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି।  ଅଭିନେତାଙ୍କ ବିବାହ ଖବର ପ୍ରଚାର ପରେ ଫ୍ୟାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।  ଯାହାକୁ ଦେଖି କୋଭିଡ୍‌ କଟକଣା ମାନି ସହଯୋଗ କରିବାକୁ ପ୍ରଜ୍ଞାନଙ୍କ ବଡ଼ଭାଇ ସମସ୍ତଙ୍କୁ ନିବେଦନ କରିଥିଲେ । ପରେ ବିବାହ ସଂପନ୍ନ ହୋଇଥିଲା।

ଗତ ୧୭ ତାରିଖରେ ପ୍ରଜ୍ଞା ଓ ସୁନନ୍ଦାଙ୍କ ନିର୍ବନ୍ଧ ହୋଇଥିଲା । ତେବେ ହଠାତ୍‌ ରାଜକନିକାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ପ୍ରଜ୍ଞା ରଞ୍ଜନ ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳର ବଳରାମ ପରିଡ଼ାଙ୍କ ଝିଅ ସୁନନ୍ଦାଙ୍କୁ ବିବାହ କରିଛନ୍ତି । କୋଭିଡ୍‌ କଟକଣା ଯୋଗୁଁ ଏହି ହାଇପ୍ରୋଫାଇଲ୍‌ ବିବାହକୁ ଅଳ୍ପ ଲୋକଙ୍କ ଭିତରେ ସୀମିତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com