
ଭୁବନେଶ୍ୱର: ମୁହଁ ଖୋଲିଲେ ନବୀନ । ପ୍ରଭାତ ତି୍ରପାଠୀଙ୍କୁ ସାଧିଲେ ନିଶାଣା । ଉଠାଇଲେ ପାଣ୍ଡିଆନଙ୍କ କଥା । ପାଣ୍ଡିଆନଙ୍କ ସହ ନାହିଁ ଦଳର କୌଣସି ସମ୍ପର୍କ । ଦଳର ଆଭିମୁଖ୍ୟ ଓ ନେତାଙ୍କ ମେଳିକୁ ନେଇ ଦେଲେ ସ୍ପଷ୍ଟ ଜବାବ । ଜାତୀୟ ଗଣମାଧ୍ୟମ ଆଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୁଁ ଏହା ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ କାର୍ତ୍ତିକେୟନ ପାଣ୍ଡିଆନ ଅତୀତରେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି। ତେଣୁ, ତାଙ୍କୁ କୌଣସି ବିଷୟରେ ସମାଲୋଚନା କିମ୍ବା ଦୋଷ ଦିଆଯିବା ଉଚିତ୍ ନୁହେଁ। ଏହା ସହିତ, ସେ ୧୦ ମାସରୁ ଅଧିକ ସମୟ ପୂର୍ବରୁ ଦଳ ଛାଡିଛନ୍ତି ଏବଂ ଦଳର କୌଣସି କାର୍ୟ୍ୟରେ ସାମିଲ ନାହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଏଠାରେ କହିବାକୁ ଚାହେଁ ଯେ ଦଳୀୟ ସଦସ୍ୟମାନଙ୍କ ଦ୍ୱାରା ହୋଟେଲରେ ହେଉଥିବା କୌଣସି ବଡ଼ ବୈଠକକୁ ମୁଁ ଗ୍ରହଣ କରେ ନାହିଁ। ସେମାନଙ୍କର ଦଳୀୟ କାର୍ୟ୍ୟାଳୟ ‘ଶଙ୍ଖ ଭବନ’ ଅଛି, ଯାହା ଏକ ବଡ଼ କୋଠା ଯେଉଁଠାରେ ସେମାନଙ୍କୁ କୁହାଯାଇଛି ଯେ ସେମାନେ ସେମାନଙ୍କର ବୈଠକ କରିବା ଉଚିତ ଏବଂ ସେମାନେ ତାହା କରିବା ଉଚିତ।
କେବ, ସେତିକି ନୁହେଁ ପୂର୍ବତନ ବିଜେଡି ନେତା ପ୍ରଭାତ ତି୍ରପାଠୀଙ୍କ ପାଣ୍ଡିଆନ ସମାଲୋଚନାକୁ ମଧ୍ୟ ସେ ଦେଇଛନ୍ତି ଉତ୍ତର । ପ୍ରଭାତଙ୍କୁ କାଉଣ୍ଟର କରି ନବୀନ କହିଛନ୍ତି, ମୁଁ ଏଠାରେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ପୂର୍ବତନ ବିଧାୟକ ପ୍ରଭାତ ତି୍ରପାଠୀଙ୍କୁ କିଛି ବର୍ଷ ପୂର୍ବରୁ ବିଜେଡିରୁ ବହିଷ୍କାର କରାଯାଇଥିଲା କାରଣ ସେ ଚିଟ-ଫଣ୍ଡ ମାମଲାରେ ଅଭିଯୁକ୍ତ ଥିଲେ ଏବଂ କିଛି ବର୍ଷ ଜେଲରେ ବିତାଇଛନ୍ତି। ମୁଁ ପୁଣି ଥରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସେ ଦଳର ନୁହଁନ୍ତି।”
ତେବେ ଦଳରେ ଚାଲିଥିବା ଜୋରସୋର ବୈଠକ ଓ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କ ଚର୍ଚ୍ଚାରେ ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପକାଇଦେଇଛନ୍ତି ।