ଓଡ଼ିଶା
ଫେବୃୟାରୀ ୩ରୁ ପୁଣି ବର୍ଷା
![](https://i0.wp.com/odia.mobilenews24x7.com/wp-content/uploads/2022/01/918e9c5df2dda61005c594d2d184dc51476f72aee8aa75da1f5b5e4db72aa873.webp?resize=600%2C350&ssl=1)
ଭୁବନେଶ୍ୱର() ପୁଣି ପଶ୍ଚିମା ଝଡ଼କୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ଫେବ୍ରୁଆରୀ ୩ରୁ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ଉତ୍ତର ପଶ୍ଚିମରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ ଲହର ଜାରି ରହିଛି । ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଆହୁରି ୨ ଦିନ ଶୀତ ଲହରୀ ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ଶୀତ ପାଇଁ ୧୪ ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଅଧିକ ଶୀତ ଅନୁଭୂତ ହେବା ନେଇ ଜାରି ହୋଇଛି ସତର୍କ ସୂଚନା ।