ମନୋରଞ୍ଜନ

ମୁହାଁମୁହିଁ ହେଲେ ଅକ୍ଷୟ-ଟାଇଗର

ମୁମ୍ବାଇ: ପ୍ରବଳ ଗୁଳି ବର୍ଷା ଭିତରେ ଏଣ୍ଟ୍ରି କରିଛନ୍ତି ଟାଇଗର ସ୍ରଫ। ସେପଟେ ଖିଲାଡି ଷ୍ଟାର୍‌ ଅକ୍ଷୟ ବି କିଛି କମ୍‌ ନୁହନ୍ତି। ସେ ମଧ୍ୟ ପୁରାପୂରି ଧାସୁ ଅନ୍ଦାଜରେ ନେଇଛନ୍ତି ଏଣ୍ଟ୍ରି। ଆଉ ଫୁଟାଇଛନ୍ତି ବୋମା। ଦୁହେଁ ଦମ୍‌ଦାର ଆକ୍ସନ ସାଙ୍ଗକୁ କରିଛନ୍ତି ଜବରଦସ୍ତ ଫାଇଟ୍‌। ଆଇ ହୋଇଛନ୍ତି ମୁହାଁମୁହିଁ। ତେବେ ମୁହାଁମୁହିଁ ହେବା ପରେ ଦୁହେଁ ହୋଇଯାଇଛନ୍ତି ଏକାଠି। ଆଉ ପାଲଟିଯାଇଛନ୍ତି ବଡେ ମିୟାଁ ଛୋଟେ ମିୟାଁ।  ରିଲିଜ ହୋଇଛି ଅପ୍‌କମିଂ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର। ଏଥର ବଡେ ମିୟାଁ ସାଜିବେ ଖିଲାଡି ଷ୍ଟାର ଅକ୍ଷୟ କୁମାର। ଆଉ ଛୋଟେ ମିୟାଁ ହୋଇ ତାଙ୍କ ସାଥ୍‌ ଦେବେ ଆକ୍ସନ ଷ୍ଟାର ଟାଇଗର ସ୍ରଫ।

‘ବଡେ ମିୟାଁ, ଛୋଟେ ମିୟାଁ’ର ରିଲିଜ ହୋଇଥିବା ଏହି ଟିଜର ଏବେ ସୋଶାଲ ମିଡିଆରେ ହଇଛଇ ସୃଷ୍ଟି କରିଛି। ଏହି ଫିଲ୍ମ ଜରିଆରେ ପ୍ରଥମ କରି ବଡ ପରଦାରେ ଦୁଇ ଜଣ ଆକ୍ସନ ଷ୍ଟାର ଅକ୍ଷୟ ଓ ଟାଇଗରଙ୍କୁ ଏକାଠି ଦେଖିବାକୁ ମିଳିବ। ଦୁହେଁ ମିଶି ଏହି ଫିଲ୍ମ ଜରିଆରେ ଏକାଠି ଧମକା କରିବାକୁ ହୋଇଛନ୍ତି ପ୍ରସ୍ତୁତ।

ଏହି ଫିଲ୍ମଟିକୁ ଜ୍ୟାକି ଭଗନାନିଙ୍କ ବ୍ୟାନ୍‌ର ତଳେ ତିଆରି କରାଯାଉଛି। ଅଲ୍ଲି ଅବ୍ବାସ ଜାଫର ଏହି ୩୦୦ କୋଟି ଟଙ୍କାର ମେଗା ବଜେଟ୍‌ ଫିଲ୍ମକୁ ନିର୍ଦ୍ଦେଶନା ଦେବା ପାଇଁ ଦାୟିତ୍ୱ ନେଇଛନ୍ତି। ଆସନ୍ତା  ବର୍ଷ ଖ୍ରୀଷ୍ଟମାସରେ ଏହି ଫିଲ୍ମଟି ରିଲିଜ ହେବ। ଏହି ଫିଲ୍ମର ଟିଜରକୁ ଟାଇଗର ସ୍ରଫ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏହି ପୋଷ୍ଟରେ ତାଙ୍କ ଗାର୍ଲଫ୍ରେଣ୍ଡ ଦିଶା ପଟାନି କମେଣ୍ଟ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ୟୁ ଆର୍‌ ହଟ୍‌…।’

ମିଡିଆ ରିପୋର୍ଟ ମୁତାବକ ଅଲ୍ଲି ଅବ୍ବାସ ଜାଫର ଦୀର୍ଘ ଦିନ ହେବ ଦୁଇ ଜଣ ଆକ୍ସନ ସୁପରଷ୍ଟାରଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ପ୍ଲାନ କରୁଥିଲେ। ଏବେ ଯାଇ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଛି। ସେ ଏହି ପ୍ରୋଜେକ୍ଟକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।

ସୂଚନା ମୁତାବକ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ରେ ଅମିତାଭ ବଚ୍ଚନ ଓ ଗୋବିନ୍ଦା ନଜର ଆସିଥିଲେ। ଏହା ଏକ କମେଡି ଓ ଆକ୍ସନ ଫିଲ୍ମ ଥିଲା। ତେବେ ବର୍ତ୍ତମାନ ଏହି ଫିଲ୍ମଟି ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମର ରିମେକ୍‌ ହେବ ନା ତା’ଠାରୁ ଭିନ୍ନ, ସେନେଇ କିଛି ସୂଚନା ମିଳିନାହିଁ।

Related Articles

Back to top button