କ୍ରୀଡ଼ା

ଆଇପିଏଲ ୨୦୨୨: ଲକ୍ଷ୍ମୌ ସୁପର ଜିଆଣ୍ଟସ ଲୋଗୋ ଉନ୍ମୋଚିତ, ଲୋଗୋରେ ରହିଛି ଗରୁଡ ପକ୍ଷୀ

() ଆଇପିଏଲ ୨୦୨୨ରେ ପ୍ରଥମ ଥର ସାମିଲ ହୋଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ ଫ୍ରାଞ୍ଚାଇଜର ଲୋଗୋ ଉନ୍ମୋଚିତ ହୋଇଛି। ଲକ୍ଷ୍ମୌ ଟିମ୍‌ ତରଫରୁ ଲୋଗୋ ଜାରି କରାଯାଇଛି। ପୌରାଣିକ ଯୁଗର ଗରୁଡ଼ ପକ୍ଷୀକୁ ଫ୍ରାଞ୍ଚାଇଜର ଲୋଗୋ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ ।

ଲୋଗୋରେ ବ୍ୟାଟ୍‌ ସହିତ ପକ୍ଷୀ ଲାଗିଥିବା ଦେଖିବାକୁ ମିଳିଛି। ଆଉ ଏହା ମଧ୍ୟରେ ଟିମ୍‌ର ନାମ ଲେଖାହୋଇଛି। ଟ୍ଵିଟରରେ ଏକ ଭିଡିଓ ରିଲିଜ ହୋଇଛି। ଏ ସମ୍ପର୍କରେ ଫ୍ରାଞ୍ଚାଇଜ କହିଛି ଯେ, ଭଗବାନ ବିଷ୍ନୁଙ୍କର ବାହନ ହେଉଛି ଗରୁଡ଼ ପକ୍ଷୀ । ଏହି ପକ୍ଷୀ ଅତି ଶକ୍ତଶାଳୀ ଏବଂ ଏହା ସହଜରେ ଚାରିଆଡେ ଭ୍ରମଣ କରି ପାରିବ । ଫ୍ରାଞ୍ଚାଇଜ ଲୋଗୋରେ ଗରୁଡ ପକ୍ଷୀକୁ ବିଭିନ୍ନ ରଙ୍ଗ ଦିଆଯାଇଛି। ପକ୍ଷୀର ଦେହକୁ ନୀଳ ରଙ୍ଗରେ ତିଆରି ଏକ ବ୍ୟାଟରେ ସଜ୍ଜିତ କରାଯାଇଛି । ଏହା କ୍ରିକେଟର ଗୁରୁତ୍ୱ ବହନ କରିଥାଏ ।

ସୂଚନାଯୋଗ୍ୟ, ଲକ୍ଷ୍ମୌ ସୁପରଜିଆଣ୍ଟ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଟିମ୍‌। ଯାହାକୁ ଆରପି ସଂଜୟ ଗୋଏଙ୍କା ଗ୍ରୁପ ୭୦୯୦ କୋଟି ଟଙ୍କାରେ କିଣିଛି। ଆଉ ପୂର୍ବତନ ଭାରତୀୟ କ୍ରିକେଟର ତଥା ଓପନିଂ ବ୍ୟାଟର ଗୌତମ ଗମ୍ଭୀର ଏହି ଫ୍ରାଞ୍ଚାଇଜର ମେଣ୍ଟର , ପୂର୍ବତନ ଜିମ୍ବାୱେ କ୍ରିକେଟ ଅଧିନାୟକ ଆଣ୍ଡି ଫ୍ଲାୱାର ମୁଖ୍ୟ କୋଚ ଓ କେ ଏଲ ରାହୁଲ ଅଧିନାୟକ ନିଯୁକ୍ତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com