କ୍ରୀଡ଼ା

ନାଗପୁର ଟେଷ୍ଟ ମ୍ୟାଚରେ ଆର ଅଶ୍ୱିନଙ୍କ ରେକର୍ଡ,ବନିଗଲେ ଭାରତର ଦ୍ୱିତୀୟ ବୋଲର

ଭୁବନେଶ୍ୱର: ଟେଷ୍ଟ୍ ଫର୍ମାଟରେ ଭାରତର ଅନ୍ୟତମ ସଫଳ ବୋଲର ରବିଚନ୍ଦ୍ରନ୍ ଅଶ୍ୱିନ୍ ଅନ୍ୟତମ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ନାଗପୁର ଟେଷ୍ଟ ମ୍ୟାଚରେ ଆର ଅଶ୍ୱିନଙ୍କ ବୋଲିଂର ଯାଦୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଚମତ୍କାର ବୋଲିଂ କରି ସେ ତାଙ୍କ ନାମରେ ଏକ ବଡ଼ ରେକର୍ଡ ମଧ୍ୟ କରିଥିଲେ।

ଏହି ମ୍ୟାଚର ପ୍ରଥମ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନ ୧୫.୫ ଓଭର ବୋଲିଂ କରିଥିବା ବେଳେ ୩ ଟା ୱିକେଟ୍ ନେଇଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରେ ଆର ଅଶ୍ୱିନ ଆହୁରି ମାରାତ୍ମକ ଦେଖାଯାଉଥିଲେ ଏବଂ ପ୍ରାରମ୍ଭିକ ୭ ୱିକେଟରୁ ୫ ୱିକେଟ୍ ନେଇଥିଲେ। ଏହି ଇନିଂସରେ ସେ ୫ ୱିକେଟ୍ ପୂରଣ କରିବା ମାତ୍ରେ ଅନିଲ କୁମ୍ବଲେଙ୍କ ଏକ ବଡ଼ ରେକର୍ଡ ସହ ସମାନ ହୋଇଥିଲେ।

ଭାରତରେ ୨୫ ଥର ଇନିଂସରେ ୫ ୱିକେଟ୍ କିମ୍ବା ଅଧିକ ୱିକେଟ୍ ପାଇବାରେ ଆର ଅଶ୍ୱିନ୍ ଏହି ସଫଳତା ପାଇଛନ୍ତି । ଏହାପୂର୍ବରୁ କେବଳ ଅନିଲ କୁମ୍ବଲେ ଭାରତରେ ଖେଳିବାବେଳେ ୨୫ ଇନିଂସରେ ୫ କିମ୍ବା ଅଧିକ ୱିକେଟ୍ ନେଇ ରେକର୍ଡ ସୃଷ୍ଟି କରିଥିଲେ। ଏଥିସହ ଆର ଅଶ୍ୱିନ ୩୧ ଥର ପାଇଁ ଟେଷ୍ଟର ଇନିଂସରେ ୫ ୱିକେଟ୍ କିମ୍ବା ଅଧିକ ୱିକେଟ୍ ନେଇଛନ୍ତି।

ଅନୀଲ କୁମ୍ବଲେ ତାଙ୍କ ନାମରେ ୧୧୧ ୱିକେଟ୍ ଅଛି। ଏହା ପରେ ଆର ଅଶ୍ୱିନ୍ ଏହି ତାଲିକାରେ ଆସିଛନ୍ତି। ଏଥି ସହ ହରଭଜନ ସିଂ ୯୫ ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com